ଭୁବନେଶ୍ବର: ଢେଙ୍କାନାଳରେ ବେଦାନ୍ତ ଲିମିଟେଡ଼ କରିବ ମେଗା ଆଲୁମିନିୟମ ପ୍ରକଳ୍ପ । ୧ ଲକ୍ଷ ୨୮ ହଜାର କୋଟି ଟଙ୍କାର ନିବେଶରେ ବେଦାନ୍ତ ପ୍ରତିଷ୍ଠା କରିବ ସ୍ମେଲଟର ପ୍ଲାଣ୍ଟ ସହ କ୍ୟାପଟିଭ ପାୱାର ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ଯୁକ୍ତ ଏହି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛି ଉଚ୍ଚସ୍ତରୀୟ ଅନୁମୋଦନ କମିଟି । ଏହି ପ୍ରକଳ୍ପ ସହ ୧.୨୮ ଲକ୍ଷ ନିବେଶରେ ୮ଟି ମେଗା ପ୍ରକଳ୍ପକୁ କମିଟି ଅନୁମୋଦନ ଦେଇଛି । ପ୍ରକଳ୍ପ ଗୁଡିକ ପ୍ରତିଷ୍ଠା ହେଲେ ପ୍ରାୟ ୬୦ ହଜାର ୨୦୦ ଜଣଙ୍କ ଲାଗି ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ଆରମ୍ଭରୁ ଶିଳ୍ପାୟନକୁ ମିଳିଛି ବଡ଼ ସଫଳତା । ବେଦାନ୍ତ ପକ୍ଷରୁ ୧.୨୮ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ସମେତ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଅନୁମୋଦନ କମିଟିର ମଞ୍ଜୁରୀ ମିଳିଛି । ମଞ୍ଜୁରୀପ୍ରାପ୍ତ ୮ଟି ପ୍ରକଳ୍ପରେ ୧ ଲକ୍ଷ ୫୧ ହଜାର ୨୩୯ କୋଟି ୫୦ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ଏହା ଦ୍ଵାରା ପ୍ରାୟ ୬୦ ହଜାର ୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଜ୍ୟରେ ଶିଳ୍ପାୟନର ବିରାଟ ସୁଯୋଗ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ସକାରାତ୍ମକ ଯୋଜନା ଓ ସହଯୋଗ ପାଇଁ ବହୁ ସଂଖ୍ୟାରେ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଢେଙ୍କାନାଳ, ଗଞ୍ଜା

, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା ଓ ସମ୍ବଲପୁରରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଗୁଡିକ ମୁଖ୍ୟତଃ ଆଲୁମିନିୟମ, ରସାୟନ, ଇସ୍ପାତ, ବୟନ ଓ ଧାତବ୍ୟ ଶିଳ୍ପ ଉପରେ ପର୍ଯ୍ୟବସିତ । ଆଲୁମିନିୟମ କ୍ଷେତ୍ରରେ ବେଦାନ୍ତ ଲିମିଟେଡ଼ ପକ୍ଷରୁ ଏକ ମେଗା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ବେଦାନ୍ତ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ୩ ନିୟୁତ ଟନ କ୍ଷମତା ସମ୍ପନ୍ନ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଓ ୪୯୦୦ ମେଗାୱାଟ କ୍ଷମତା ସମ୍ପନ୍ନ କ୍ୟାପଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହା ଦ୍ବାରା ୩୦ ହଜାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିଶ୍ଵ ଦରବାରରେ ଓଡ଼ିଶାକୁ ଆଲୁମିନିୟମ ହବ ଭାବେ ପ୍ରତିଷ୍ଠା ହେବ ।

ଇସ୍ପାତ ଓ ଧାତବ୍ୟ ଶିଳ୍ପରେ ଜିନ୍ଦଲ ଇଣ୍ଡିଆ ଷ୍ଟିଲ ପକ୍ଷରୁ ଢେଙ୍କାନାଳରେ ୩୬୦୦ କୋଟି ଟଙ୍କା ନିବେଶରେ ୧.୨୬ ନିୟୁତ ଟନ କ୍ଷମତା ସମ୍ପନ୍ନ ଇସ୍ତାତ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରାଯିବ । ଏଥିରେ ୨୦୦୦ ନିଯୁକ୍ତି ସୁଯୋଗ ରହିଛି ।

ରସାୟନ ଶିଳ୍ପରେ ଏସଆରଏଫ ଲିମିଟେଡ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ୧୦ ହଜାର କୋଟି ନିବେଶରେ ୨ ଲକ୍ଷ ନିୟୁତ ଟନ କ୍ଷମତା ସମ୍ପନ୍ନ କେମିକାଲ ଓ ରେଫ୍ରିଜିରାଣ୍ଟ ୟୁନିଟ ପ୍ରତିଷ୍ଠା କରାଯିବ । ଏଥିରେ ୨୦ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

କେନ୍ଦୁଝରରେ ଶ୍ୟାମ ଷ୍ଟିଲ ୨୪୯୦ କୋଟି ନିବେଶରେ ୦.୫୩ MTPA ସମନ୍ୱିତ ଇସ୍ପାତ ପ୍ଲାଣ୍ଟ, DI ପାଇପ ୟୁନିଟ ଓ ୪୬ ମେଗାୱାଟ CPP ପ୍ରକଳ୍ପ ପ୍ରତିଷ୍ଠା ହେବ । ଏଥିରେ ୨୩୭୦ ଜଣଙ୍କୁ ନିଯୁକ୍ତି ମିଳିବ ।

କେନ୍ଦୁଝରରେ ସୁପ୍ରିମ ମେଟାଲ୍ସ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ TMT ବାର ଏବଂ ତାର ରଡ ପାଇଁ ୧.୨ MTPA ରୋଲିଂ ମିଲ ପ୍ରତିଷ୍ଠା କରିବ । ୧,୫୦୦ କୋଟି ନିବେଶରେ ୬୮୦ ନିଯୁକ୍ତି ସୃଷ୍ଟି ହେବ ।

ଯାଜପୁରରର ଲିଣ୍ଡେ ଇଣ୍ଡିଆ ୧୩୦୩ କୋଟି ନିବେଶରେ କରିବାକୁ ଲକ୍ଷ୍ୟ ରଖିଛି । ଏୟାର ସେପରେଶନ ୟୁନିଟ ପ୍ରତିଷ୍ଠା ହେଲେ ଉଚ୍ଚମାନର ଶିଳ୍ପ ଗ୍ୟାସ ସହ ୧୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଅନୁମୋଦିତ ପ୍ରକଳ୍ପ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ବିକାଶ ପ୍ରତି ଓଡ଼ିଶାର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଭାରତରେ ଏକ ଅଗ୍ରଣୀ ଶିଳ୍ପ ଏବଂ ନିବେଶ କେନ୍ଦ୍ର ହେବା ଦିଗରେ ଅଗ୍ରସର ହେଉଛି । ବୈଠକରେ ଶିଳ୍ପ ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ।


0 Comments