ରାୟଗଡା: ଦକ୍ଷିଣ ଓଡ଼ିଶାରେ ବିଜେଡ଼ିକୁ ଲାଗିଲା ଶକ୍ତି ଧକ୍କା, ଦଳ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସେ । ତେବେ କାହିଁକି ଏଭଳି ଏକ ବଡ଼ ନିଷ୍ପତ୍ତି ନେଲେ, ତାହା ସେ କୌଣସି ସ୍ପଷ୍ଟ ଇଙ୍ଗିତ ଦେଇନଥିବା ବେଳେ କିନ୍ତୁ ବିଜେଡି ଜିଲ୍ଲା ସଭାପତି ଚୟନକୁ ନେଇ ସେ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି । ସେପଟେ ରାୟଗଡା ଜିଲ୍ଲାବାସୀଙ୍କ ସେବା କରିବା ପାଇଁ ବିଜେଡ଼ି ଛାଡ଼ିଥିବା ପ୍ରକାଶ କରିଛନ୍ତି ସେ । ଏହାସହ 'ବିଜୁ ସ୍ୱାଭିମାନ ମଞ୍ଚ' ନାମକ ଏକ ସାମାଜିକ ସଂଗଠନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ଦଳ ଛାଡିବାର ପ୍ରମୁଖ କାରଣ ଜିଲ୍ଲା ବିଜେଡି ସଭାପତି ପଦ ବୋଲି ଜଣାପଡିଛି । କାରଣ ରାୟଗଡା ଜିଲ୍ଲା ସଭାପତି ଘୋଷଣାରେ ଭାସ୍କର ଗୋଷ୍ଠୀଙ୍କୁ ଗୁରୁତ୍ୱ ନ ଦିଆଯାଇ ସୁଧିରଙ୍କ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିବାରୁ ଭାସ୍କର ଏପରି ଦଳ ଛାଡ଼ିଥିବା କହିଛନ୍ତି ରାଜନୀତି ସମୀକ୍ଷକ । ଭାସ୍କରଙ୍କ ସହ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ, ବିଭିନ୍ନ ନିଗମର ପଦାଧିକାରୀ ମଧ୍ୟ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ ଏନେଇ ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି," ଆମେ ସବୁ ନବୀନଙ୍କ ନୀତି ଆଦର୍ଶରେ ରହିଛୁ ଓ ଆମେ ସବୁ ଏକାଠି ଅଛୁ ।"

9a0, __Noto_Sans_Fallback_fba9a0; font-size: 17px;">ଆଜିର ସାମ୍ବାଦିକ ସମ୍ମିଳନୀରେ ଭାସ୍କର ରାଓ କହିଛନ୍ତି,"ମୋର ଦୀର୍ଘ ୫୧ ବର୍ଷର ରାଜନୀତିରେ ଗୋଟିଏ ଦଳର ବିଚାଧାରାରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଛି । ସର୍ବଦା ନିଜର ସମର୍ଥକ ଓ ଲୋକଙ୍କ ପାଇଁ ସେବା କରି ଆସିଛି । ଦଳ ମୋତେ ସବୁ ଦେଇଛି । ଜିଲ୍ଲା ସଭାପତି, ରାଜ୍ୟ ଉପ-ସଭାପତି, ବିଭିନ୍ନ ନିଗମର ଅଧ୍ୟକ୍ଷ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସହ ରାଜ୍ୟସଭା ସାଂସଦ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛି । ମୁଁ ଆଜି ବିଜେଡି ଦଳ ଛାଡିଥିଲେ ମଧ୍ୟ ବିଜୁ ବାବୁଙ୍କ ବିଚାରଧାରାରେ ରହିଛି ଓ ଆଗକୁ ମଧ୍ୟ ରହିବି । ଆଗାମୀ ଦିନରେ 'ବିଜୁ ସ୍ୱାଭିମାନ ମଞ୍ଚ' ଦ୍ବାରା ଲୋକଙ୍କ ସେବା କରିବି । ମୁଁ କେବେ ନିଜର ନିଷ୍ପତ୍ତିକୁ ପ୍ରାଧାନ୍ୟ ଦେଇନଥିବା ବେଳେ ସହଯୋଗୀ ଓ ସମର୍ଥକଙ୍କ ମତରେ ଏକମତ ହୋଇଥାଏ । ତେଣୁ ଆଜି ଏଭଳି ଏକ ନିଷ୍ପତ୍ତି ନେଇଛି । ରାଜନୈତିକ ଜୀବନରୁ ଅବସର ନେଇନାହିଁ, ଶେଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବି ।"

ଭାସ୍କରଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା,ବିଜେଡି କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପୁଆଲା, ଯୁବ ଜନତା ଦଳ ସଭାପତି ଅବିନାଶ ବିଷୋୟୀ, ଅମୀୟ ସ୍ୱାଇଁ, ରାଇସିଂ ବିଡିକା, ରାୟଗଡ ବ୍ଲକ ଅଧ୍ୟକ୍ଷ ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, କାଶିପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପୁଲାକା ଏବଂ ପ୍ରଶାନ୍ତ କୁଲେସିକା ପ୍ରମୁଖ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ।

0 Comments