କେନ୍ଦୁଝର :- ଆଜି ରାଷ୍ଟ୍ରଗାନ ବନ୍ଦେ ମାତରମ୍ ର ୧୫୦ ପୂର୍ତ୍ତୀ ଉପଲକ୍ଷେ ବିଜେପି କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟ ଠାରେ ଶତାଧିକ ଦେଶପ୍ରେମୀ ସାମୁହିକ ଭାବେ ସମ୍ପୂର୍ଣ ବନ୍ଦେମାତରମ୍ ଗାନ କରିଥିଲେ। ରାଷ୍ଟ୍ରଗାନ ବନ୍ଦେ ମାତରମ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଉପସ୍ଥିତ ରହି ରାଷ୍ଟ୍ରଗାନ ବନ୍ଦେ ମାତରମ୍ ର ବିଶେଷତ୍ୱ ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ ରାଷ୍ଟ୍ରକୁ ଏହି ସଂଗୀତ ଏକତାର ସୂତ୍ରରେ ଏକତ୍ରିତ କରିରଖିବା ସହିତ ଦେଶପ୍ରୀତି ଭବ ଜାଗ୍ରତ କରିଥାଏ। ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ

ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ର କେନ୍ଦୁଝର ଜିଲ୍ଲା ସଂଯୋଜକ ବ୍ରଜକିଶୋର ରାୟ, ରାଜ୍ୟ ସମ୍ପାଦିକା ମମତା ସିଂ,କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର, ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମାହାନ୍ତ, କେନ୍ଦୁଝର ନଗର ସଭାପତି ଅସିତନନ୍ଦନ ମହାନ୍ତି, ଯୁବନେତା ଭାରତଭୂଷଣ କୁଅଁର ପ୍ରମୁଖ ମଞ୍ଚାସିନ ଥିଲେ। ଶେଷରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ର କେନ୍ଦୁଝର ଜିଲ୍ଲା ସଂଯୋଜକ ବ୍ରଜକିଶୋର ରାୟ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ। 

0 Comments