କଟକ: ବାତିଲ୍ ହେଲା Assistance Section Officer

-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 17px;"> (ଏଏସଓ) ପରୀକ୍ଷା । ଚଳିତବର୍ଷ ଜୁଲାଇ 13 ତାରିଖରେ ଅନୁଷ୍ଠିତ ହୋଇଥିବା ଏଏସଓ ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ । ପରୀକ୍ଷା ପରିଚାଳନା ପାଇଁ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦିଆ ଯାଇଥିଲା, ସେମାନଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ହାଇକୋର୍ଟ । ତେଣୁ ଏହାକୁ ବାତିଲ୍ କରାଯାଇଥିବା ନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଆସନ୍ତା ଡିସେମ୍ବର 7 ତାରିଖରେ ପୁଣି ମୁଖ୍ୟ ଲିଖିତ ପରୀକ୍ଷା କରାଯିବ ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ଓଡ଼ିଶା ହାଇକୋର୍ଟରେ ଏଏସଓ (ଆସିିଷ୍ଟାଣ୍ଟ ସେକ୍ସନ ଅଫିସର) ପଦ ପୂରଣ ପାଇଁ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାକୁ ରଦ୍ଦ କରାଯାଇଛି । ଏନେଇ ଗତକାଲି (ବୁଧବାର) ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତବର୍ଷ ଜୁଲାଇ 13 ତାରିଖରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଲିଖିତ ପରୀକ୍ଷା । ତେବେ ଆସନ୍ତା ଡିସେମ୍ବର 7ରେ ସାନି ମୁଖ୍ୟ ଲିଖିତ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଏହି ଲିଖିତ ପରୀକ୍ଷା ପାଇଁ 7 ହଜାର 113 ଜଣ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଥିଲେ । ଏହି ପରୀକ୍ଷା ପରିଚାଳନା ପାଇଁ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦିଆ ଯାଇଥିଲା, ସେମାନଙ୍କ କାର୍ଯ୍ୟକଳାପକୁ ନେଇ ହାଇକୋର୍ଟ ସନ୍ଦେହ ପ୍ରକାଶ କରିଥିଲେ । ଯେଉଁ କାରଣରୁ ଏହି ପରୀକ୍ଷାକୁ ବାତିଲ କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ସାନି ପରୀକ୍ଷା ଆସନ୍ତା ଡିସେମ୍ବର 7ରେ 3ଟି ସିଟିଂରେ ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସକାଳ 9ରୁ 11ଟା ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହେବ । ସେହିପରି ସକାଳ 12ରୁ 1 ଯାଏଁ ଦ୍ୱିତୀୟ ସିଟିଂରେ ଜେନେରାଲ ଆୱାରନେସ ଏବଂ ରିଜୋନିଂ ପରୀକ୍ଷା କରାଯିବ । ଉକ୍ତ ଦିନ ଅପରାହ୍ନ ସାଢ଼େ 2ଟାରୁ ସାଢେ 4ଟା ମଧ୍ୟରେ ତୃତୀୟ ସିଟିଂ ଗଣିତ ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

0 Comments