ମନୋଜ ପଟେଲ (ହରିଚନ୍ଦନପୁର) ଆସ୍ପାୟାର ଏନଜିଓର ବ୍ଲକ୍  ସଂଯୋଜକ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ଏବଂ ବାରେଇଗୋଡା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଜଲ ଜୁଆଙ୍ଗ ମିଳିତ ଭାବେ ଦଳିତ ଶକ୍ତି କେନ୍ଦ୍ର ଅହମଦାବାଦ ରୁ ଟେଲରିଂ ତାଲିମ୍ ଗ୍ରହଣ କରି ଫେରିଥିବା ଦୁଇ ଯୁବତୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି  ଦୁଇ ଜଣ ହେଲେ ହୀରାମତି ମୁଣ୍ଡା ପିତା - ରବୀନ୍ଦ୍ର ମୁଣ୍ଡା, ଗ୍ରାମ - ନର୍ଡଙ୍ଗୀପେଣ୍ଠ ଏବଂ ସାଲଗେ କିଷ୍କୁ, ପିତା - ପଦ୍ମଲୋଚନ କିଷ୍କୁ, ଗ୍ରାମ - ଚୁଆପାଣି, ବରେଇଗୋଡା। ଏହି ଦୁଇ ଝିଅ ଏକଦା ବିଦ୍ୟାଳୟ ରୁ ପାଠ ପଢା ଛାଡ଼ି ଦେଇ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ। 2015 ମସିହା ରେ ଆସ୍ପାୟାର ଏନ୍ ଜି ଓ ର ସହଯୋଗ ରେ ଆବାସିକ

ସେତୁ ପାଠ୍ୟକ୍ରମ ରେ ଏକ ବର୍ଷ ରୁ ଉର୍ଦ୍ଧ ସମୟ ପାଠ ପଢିବା ପରେ ବିଦ୍ୟାଳୟ ପୁନଃ ନାମାଙ୍କନ କରାଯାଇଥିଲା। ଏଥି ସହିତ ସେମାନେ ଏହି ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। କଲେଜ ରେ ପାଠ ପଢିବା ସହିତ ପୁଣି ଗୁଜୁରାଟ ର ଅହମଦାବାଦ ରେ ଅକ୍ଟୋବର 15 ତାରିଖ ରୁ ଡିସେମ୍ବର 15 ପର୍ଯ୍ୟନ୍ତ ଦୁଇ ମାସ ଧରି ତେଲାରିଂ ତାଲିମ୍ ପାଇବା ପରେ ଡିସେମ୍ବର 17 ତାରିଖରେ ଘରକୁ ଫେରି ଆସିଥିଲେ। ସମସ୍ତ ଗ୍ରାମବାସୀ ମାନେ ପିଲାମାନଙ୍କୁ ଉଚ୍ଛାହିତ କରିଥିଲେ। ଏହି ସଭାରେ ୱାର୍ଡ ମେମ୍ବର ବାବୁଲି ମୁଣ୍ଡା, କ୍ଲଷ୍ଟର୍ସଂ ଯୋଜକ ବିଜୟ ମହାନ୍ତ, ବିଜୟ ପରିଡ଼ା, ଯଶୋବନ୍ତ ବେହେରା ଓ ନନ୍ଦକିଶୋର ମୁଣ୍ଡା ଙ୍କ ସମେତ ଗ୍ରାମବାସି ଉପସ୍ଥିତ ଥିଲେ।

0 Comments