ଘଟଗାଁ (ତପନ ବେହେରା) ମା ତାରିଣୀଙ୍କ ଆଷାଢି ପର୍ବ ପାଳନ ହୋଇଛି। ଏହି ପର୍ବ ପାଇଁ ଘଟଗାଁ ମା ତାରିଣୀଙ୍କ ଦୁଆରଶୁଣି ଓ ମା ତାରିଣୀଙ୍କ ଦିନ ବେଳା ମନ୍ଦିର ପୂଜା ବନ୍ଦ ରହିଥିଲା। ପ୍ରଥା ଅଛି ଆଜିର ଦିନରେ ମା ତାଙ୍କ ଭକ୍ତଙ୍କ ପାଇଁ ଦିନ ସାରା ଉପାସ ରୁହନ୍ତି। 

ମା ଙ୍କ ପୂଜା ପାଇଁ ସନ୍ଧ୍ୟାରେ ମନ୍ଦୀର ଖୋଲା ହ

ୋଇଥଲା ।  ଯଥାରୀତି ପୂଜାର୍ଚ୍ଚନା ପରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଆଷାଢ଼ ପୁର୍ଣିମା ଅବସରରେ ମା ତାରିଣୀ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଇଥିଲେ।ରାତି ଦଶଟା ପର୍ଯ୍ୟନ୍ତ ମନ୍ଦୀର ଖୋଲା ରହିବାକୁ ଥିଲା ବେଳେ  ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

0 Comments