ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରାମନ୍ଦିର ପ୍ରଶାସନ ପକ୍ଷରୁ ବଡ ସୂଚନା । ସିଂହଦ୍ୱାର ସହ ପଶ୍ଚିମ ଦ୍ୱାରରେ ପ୍ରବେଶ କରିପାରିବ
ଭକ୍ତ । ସିଂହଦ୍ୱାରରେ ପ୍ରସ୍ଥାନ ସମ୍ପୂର୍ଣ୍ଣ ବାରଣ । ଆସନ୍ତା 18 ତାରିଖ ଅର୍ଥାତ (ଶୁକ୍ରବାର)ଠୁ ଶ୍ରୀମନ୍ଦିରର ଦୁଇଠି ଦ୍ବାରରେ ପ୍ରବେଶ ଏବଂ 3ଟି ଦ୍ବାରରେ ପ୍ରସ୍ଥାନ । ତେବେ ଉପରୋକ୍ତ ବ୍ୟବସ୍ଥା ଶ୍ରୀମନ୍ଦିର ସେବକ ଏବଂ ସେବକ ପରିବାର ସଦସ୍ୟଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।
କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା । ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ । ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି । ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ । ସିଂହଦ୍ବାର ଦେଇ ପ୍ରସ୍ଥାନ ସଂପୂର୍ଣ୍ଣ ବାରଣ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ପୁରୀ ମନ୍ଦିର ପ୍ରଶାସନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇ କହିଛି କି, କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନିମ୍ନ ଦର୍ଶନ ଶୃଙ୍ଖଳା ଗ୍ରହଣ କରାଯାଇଛି ।
ରାଜ୍ୟରେ ସରକାର ବଦଳିବା ପରେ ମୋହନ ମାଝୀ ସରକାର ପ୍ରଥମ କ୍ୟାବିଟେନରେ ପୁରୀ ଶ୍ରୀମନ୍ଦିର 4 ଦ୍ବାର ଖୋଲିବା ସହିତ ଜଗନ୍ନାଥ ମନ୍ଦିର ପାଇଁ 500 କୋଟିର କର୍ପସ ଫଣ୍ଡ ଘୋଷଣା କରିଥିଲେ । ପୁରୀ ଶ୍ରୀମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ ମୋହନ ସରକାର । ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲିଥିଲେ ମୋହନ ସରକାର । ଏହା ପରେ ରତ୍ନ ଭଣ୍ଡାର ଖୋଲିବା ସହିତ ଅଳଙ୍କାର ସ୍ଥାନାନ୍ତରଣ ହୋଇଥିଲା । ଏହା ସହିତ ଆଗକୁ ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ ବୋଲି ମୋହନ ସରକାରଙ୍କ ଯୋଜନା ରହିଛି ।