ନୂଆଦିଲ୍ଲୀ: ଲୋକସଭାରେ ବର୍ଷିଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ । ଯେଉଁଭଳି ଭାବେ ଏକଲବ୍ୟ ଆଙ୍ଗୁଠି କଟାଯାଇଥିଲା ସେହିଭଳି ଭାବେ ସରକାର ବର୍ତ୍ତମାନ ଦେଶର ଯୁବପିଢିଙ୍କ ଆଙ୍ଗୁଠି କାଟୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସମ୍ବିଧାନର ୭୫ ବର୍ଷର ଗୌରବଶାଳୀ ଯାତ୍ରା ଉପରେ ଆଜି(ଶନିବାର) ଲଗାତର ଦ୍ୱିତୀୟ ଦିନରେ ସଂସଦରେ ଚର୍ଚ୍ଚା ଜାରି ରହିଛି । ସମ୍ବିଧାନ ଉପରେ ନିଜ ବକ୍ତବ୍ୟ ରଖିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ।

ସାବରକର ପ୍ରସଙ୍ଗ ଉଠାଇ ରାହୁଲ ଗାନ୍ଧୀ କହିଥିଲେ," ଯେତେବେଳେ ଆପଣ ସମ୍ବିଧାନର ରକ୍ଷା କରିବା କଥା କୁହନ୍ତି ସେତେବେଳେ ଆପଣ ସାବରକରଙ୍କୁ ଅପମାନିତ କରିଥାନ୍ତି । ସାବରକର ଯାହାଙ୍କୁ ଭାଜପା ଓ ଆରଏସଏସର ବିଚାରକ ଭାବେ ବିଚାର କରାଯାଏ, ସେ କହିଥିଲେ ଯେ ଭାରତ ସମ୍ବିଧାନ ଉପରେ ସବୁଠୁ ଖରାପ କଥା ହେଉଛି ଯେ ସମ୍ବିଧାନରେ କିଛି ଭାରତୀୟ ନାହିଁ ଓ ସେ ହିନ୍ଦୁ ଧାର୍ମିକ ଗ୍ରନ୍ଥ ମନୁସ୍ମୃତିକୁ ଏହାଠୁ ଅଧିକ ପ୍ରାଥମିକତା ଦେଇଥିଲେ । କଣ ଆପଣ ନିଜ ନେତାଙ୍କ କଥାକୁ ସମର୍ଥନ କରୁଛନ୍ତି ? ସମ୍ବିଧାନ ଆଧୁନିକ ଭାରତର ଦସ୍ତାବିଜ, କିନ୍ତୁ ଏହାକୁ ପ୍ରାଚୀନ ଭାରତ ଓ ଏହାର ବିଚାର ବିନା କେବେ ବି ଲେଖାଯାଇ ହୋଇନଥାନ୍ତା । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ସମ୍ବିଧାନର ରକ୍ଷକ । ଭାଜପା ଓ ଆରଏସଏସ ମନୁସ୍ମୃତିର ସମର୍ଥକ । ଦେଶ ସମ୍ବିଧାନ ଅନୁଯାୟୀ ଚାଲିବ, ମନୁସ୍ମୃତିରେ ନୁହେଁ ।

ଆଉ ମଧ୍ୟ ଏକଲବ୍ୟ- ଦ୍ରୋଣାଚାର୍ଯ୍ୟ କାହାଣୀ କହି ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, "ଯେଉଁପରି ଭାବେ ଏକଲବ୍ୟଙ୍କ ଆଙ୍ଗୁଠି କାଟି ଦ୍ରୋଣାଚାର୍ଯ୍ୟ ତାଙ୍କ ପ୍ରତିଭା ନେଇ ଯାଇଥିଲେ, ସେହିପରି ଭାଜପା ସରକାର ଅଗ୍ନିବୀର ଯୋଜନାରେ ଯୁବପିଢିଙ୍କ ଆଙ୍ଗୁଠି କାଟୁଛନ୍ତି । ଆଦାନୀକୁ ସମସ୍ତ କାରବାର, କାରଖାନା, ପୋର୍ଟ, ଏୟାରପୋର୍ଟ ଦେଇ ଦେଶର କୃଷକ ଓ ଯୁବକଙ୍କ ଆଙ୍ଗୁଠି କଟାଯାଉଛି ।"

yle="font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଅନ୍ୟପଟେ ବିଜେପି ସାଂସଦ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, "ଆପଣ କେବେ ସମ୍ବିଧାନ ପଢିନାହାନ୍ତି । ଏହା ସମ୍ବିଧାନର ଶକ୍ତି ଥିଲା ଯାହା ଇନ୍ଦିରା ଗାନ୍ଧୀଙ୍କ ଏମରଜେନ୍ସିକୁ ଶେଷ କରିଥିଲା ।"

 

0 Comments