ଭୁବନେଶ୍ବର: ଜାନୁଆରୀରେ ମିଳିବ 'ସୁଭଦ୍ରା ଯୋଜନା' ପ୍ରଥମ କିସ୍ତିର 4ର୍ଥ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ଭେରିଫିକେସନ୍ ପ୍ରକ୍ରିୟା ଡିସେମ୍ବର 30 ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଏନେଇ ଉପମୁଖ୍ୟମନ୍ତ୍ରୀ
--tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ପ୍ରଭାତୀ ପରିଡ଼ା
କହିଛନ୍ତି, "ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ 20 ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିବ । ଆମେ ପ୍ରସ୍ତୁତି ପଛରେ ଅଛୁ । ଆମେ ସମସ୍ତଙ୍କୁ ସୁଯୋଗ ଦେବୁ । ଘରେ ଘରେ ଅଙ୍ଗନବାଡ଼ି ଦିଦି, ଆରଆଇ ଯାଞ୍ଚ କରୁଛନ୍ତି । ଜାଗା ଜମି ପାଇଁ ଯାହା ସମସ୍ୟା ଅଛି ଏହାର ଯାଞ୍ଚ ପାଇଁ 30 ତାରିଖ ଟାର୍ଗେଟ ରଖାଯାଇଛି । ବିଭିନ୍ନ ସମସ୍ୟା ପାଇଁ ଯାଞ୍ଚ ପ୍ରକ୍ରିୟାରେ ସମୟ ଲାଗୁଛି । ଯାଞ୍ଚ ସରିଗଲେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ସୁଭଦ୍ରା ଯୋଜନା 4ର୍ଥ ପର୍ଯ୍ୟାୟ ଟଙ୍କା ଦିଆ ସରିବା ପରେ କିଛି ଲୋକ ଯଦି ଭୁଲରେ ଟଙ୍କା ନେଇଯାଇଥିବେ ତେବେ ସେମାନଙ୍କ ଉପରେ କ'ଣ ବ୍ୟବସ୍ଥା କରାଯିବ ତାହା ଆଗକୁ ଦେଖାଯିବ ।"
ସେପଟେ ବଣ୍ଡା ଘାଟି ଗସ୍ତକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ବଣ୍ଡା ଘାଟି ଅପହଞ୍ଚ ଥିଲା । ମୁଁ କହିଥିଲି ସୁଭଦ୍ରା ଯୋଜନାର ଶେଷ ପର୍ଯ୍ୟାୟ ଟଙ୍କା ଦେବା ପୂର୍ବରୁ ବଣ୍ଡାଘାଟି ଯିବି । ସେଠାରେ 12000ରୁ ଊର୍ଦ୍ଧ୍ବ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । 9000 ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ସେହପରି 3000 ମହିଳାଙ୍କ ପାଇଁ ଥିବା ପ୍ରତିବନ୍ଧକକୁ ଦୂର କରିଛି । ବଣ୍ଡା ଘାଟିରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚାଇବୁ । ସେଠାରେ ଥିବା ପାନୀୟ ଜଳ ସମସ୍ୟା,ସ୍କୁଲ ସମସ୍ୟା, ଇଣ୍ଟରନେଟ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"