ଭୁବନେଶ୍ବର: ବଦଳିଲା ‘ମୋ ସ୍କୁଲ ଅଭିଯାନ’ର ନାମ । ଏହା ବଦଳରେ ରାଜ୍ୟରେ କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏନେଇ ସଂକଳ୍ପ ଜାରି କରାଯାଇଛି । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ପରିବର୍ତ୍ତନ କରି ‘ପଞ୍ଚସଖା ଶିକ୍ଷା ସେତୁ’ କରାଯାଇଛି । ଏହି ସଂଗଠନର ମୁଖ୍ୟ

ରହିବେ ମୁଖ୍ୟ ଶାସନ ସଚିବ । ଏହି ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଅଧିକାରୀ ନିଯୁକ୍ତ ହେବେ ।

ରାଜ୍ୟରେ ସରକାର ବଦଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ‘ମୋ ସ୍କୁଲ ଅଭିଯାନ’ ନାଁ ବଦଳାଇ ଦିଆଯାଇଛି । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ‘ମୋ ସ୍କୁଲ ଅଭିଯାନ’ ନାଁ ବଦଳି ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’ ନାମରେ ରଖାଯାଇଛି । ପଞ୍ଚସଖା ଶିକ୍ଷା ସେତୁ ପାଇଁ ଆର୍ଥିକ ଅବଦାନ ଚେକ, ୱେବସାଇଟ ଏବଂ ଅନଲାଇନ ମାଧ୍ୟମରେ ସଂଗ୍ରହ କରାଯିବ । ଦାନ ପାଇଁ ଆଧାର ଏବଂ ପାନ ନମ୍ବର ପ୍ରଦାନ କରିବାକୁ ପଡ଼ିବ । ପ୍ରବାସୀ ଭାରତୀୟ ପାସପୋର୍ଟର ବିବରଣୀ ଦେଇ ଅର୍ଥ ପ୍ରଦାନ କରିବେ । ଏକକାଳୀନ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ପ୍ରଦାନ ପାଇଁ ଜିଲ୍ଲାସ୍ତରୀୟ କମିଟି ସହ ପରାମର୍ଶ କରିବାକୁ ପଡ଼ିବ । ଏକ ବର୍ଷ ସରିବାର ୬ ମାସ ମଧ୍ୟରେ ଗଣଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ।

ପରିଚାଳନା ପରିଷଦ ଓ ଉପଦେଷ୍ଟା ମଣ୍ଡଳୀରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯିବ । ଶିକ୍ଷାବିତ, ଜନ ପ୍ରତିନିଧି, ବୈଜ୍ଞାନିକ, ପ୍ରତିଷ୍ଠିତ ବ୍ୟକ୍ତି, କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତି, ଚଳଚ୍ଚିତ୍ର କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ରହିବେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ଗଠନ ହେବ । ରାଜ୍ୟସ୍ତରୀୟ କମିଟିରେ ଅଧ୍ୟକ୍ଷତା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ । 2ଟି ଉତ୍ସରୁ ପାଣ୍ଠି ଆସିବ । ଦାତା ଏବଂ ସରକାର ଅର୍ଥ ଦେବେ । ଦାତାଙ୍କ 2 ଗୁଣା ଦେବେ ସରକାର । ସର୍ବାଧିକ ଅବଦାନ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ପରିଷ୍କାର, ପରିଚ୍ଛନ୍ନତା ଏବଂ ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତି ବ୍ୟବସ୍ଥା ରହିବ ।

ଗଠନ ହେବ ରାଜ୍ୟସ୍ତରୀୟ କମିଟି । ଏଥିରେ ବିଶେଷ ଭାବରେ ଗଣ ଶିକ୍ଷା ବିଭାଗର ସଚିବ ନିଯୁକ୍ତି ହେବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ କମିଟି ଗଠନ ହେବ ।

0 Comments