କେନ୍ଦୁଝର ଜିଲ୍ଲା ରେ ଖରିଫ୍ ଧାନ ସଂଗ୍ରହ କିଣା କାରବାର ଡିସେମ୍ବର ୧୬ ତାରିଖ ଠାରୁ ଆରମ୍ଭ ହେବ। ଜିଲ୍ଲାରେ ସର୍ବମୋଟ ୯୫ ଗୋଟି ଧାନମଣ୍ଡୀ  ଦ୍ଵାରା ଧାନ ସଂଗ୍ରହ କରାଯିବ। ଧାନମଣ୍ଡୀ ଓ ଧାନ କିଣା କାରବାରରେ ବ୍ୟାପକ  ସୂଛତା ର ସହିତ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ତରଫରୁ  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରସ୍ଥ ଉତ୍ତରେଶ୍ବର ମନ୍ଦିର କଲ୍ଯାଣ ମଣ୍ଡପ ଠାରେ ଜିଲ୍ଲା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ କଂ ର ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲା ର ଧାନମଣ୍ଡୀ କୃଷକ ପ୍ରତିନିଧି ମାନଙ୍କ ର ଧାନ ସଂଗ୍ରହ ଅଭିଯାନ କର୍ମଶାଳା ଆନନ୍ଦପୁର ଉତ୍ତରେଶ୍ବର ମନ୍ଦିର କଲ୍ଯାଣ ମଣ୍ଡପ ଠାରେ  ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କେନ୍ଦୁଝର ଜିଲ୍ଲା ରେ  ୯୫ ଟି ଧାନମଣ୍ଡୀ ଦ୍ଵାରା ଧାନ କିଣା କାରବାର ରେ ସୂଛତା ର ସହିତ ହେବା ସହିତ କଟନି ଛଟନି ବଂଦ କରିବା ଓ ମିଲର ମାନଙ୍କ ର ଦାଦାଗିରି କୁ ଦୃଢତାର ସହିତ ବଂଦ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ। ଓଡ଼ିଶା ର ବିଜେପି ମୋହନ ଚରଣ ମାଝି କଂ ର ୬ ମାସ ର ସ୍ଵଳ୍ପ ସମୟ ଶାସନ କାଳରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଚାଷୀ ମାନଙ୍କୁ ଦେବା, ୬ଲକ୍ଷ ଚାଷୀ ମାନଙ୍କୁ ପି.ଏମ.କିସାନ ରେ ସାମିଲ କରିବା ସହିତ ସହରାଞ୍ଚଳର ଚାଷୀ ମାନଙ୍କୁ ପି.ଏମ.କିସାନ ରେ ସାମିଲ କରିବା,ଅଣ ଜଳସେଚିତ ଜମିକୁ ଉଠା ଜଳସେଚନ ଦ୍ଵାରା ଜଳସେଚନ ଦ୍ଵାରା ବ୍ୟବସ୍ଥା,୫୮ ଟି ସବ୍ଡ଼ିଭିଜନ ରେ ଶୀତଳଭଣ୍ଡାର କରିବା

ପାଇଁ ନିଷ୍ପତ୍ତି, ୩୧୪ ବ୍ଲକ୍ ରେ ପନିପରିବା ମଣ୍ଡି କରିବା ନିଷ୍ପତି, ଆଳୁ ଚାଷ ପାଇଁ ବିହନ ଯୋଗାଇ ଦେବା ସହିତ ହେକ୍ଟର ପ୍ରତି ୫୮ ହଜାର ଟଙ୍କା ର ଚାଷୀ କୁ ସହାୟତା, କୃଷକ ପରିବାର ପିଲା ଛୁଆ ଉଚ ଶିକ୍ଷା ପାଇଁ ୨ ଲକ୍ଷ ଟଙ୍କା ର ସହାୟତା ପ୍ରଦାନ, ସି. ଏମ୍. କିସାନ ଯୋଜନା ରେ ୪୬ ଲକ୍ଷ ଚାଷୀ ମାନଙ୍କୁ ବର୍ଷ କୁ ୨ ଟି କିସ୍ତି ରେ ୪ ହଜାର ଟଙ୍କା ସହାୟତା ପ୍ରଦାନ ଓଡିଶା ରାଜନୈତିକ ଇତିହାସ ରେ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ। କେନ୍ଦୁଝର ଜିଲ୍ଲା ର ସମସ୍ତ ଧାନମଣ୍ଡୀ ରେ କୃଷକ ମୋର୍ଚ୍ଚା ର କାର୍ଯ୍ୟକତା ମାନେ ଜଗିବା ସହିତ ତଦାରଖ କରିବେ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ  ବିଜେପି କୃଷକ ରାଜ୍ୟ ଉପସଭାପତି  ଶ୍ରୀ ପୁଲିନ୍ ପ୍ରକାଶ ପୁହାଣ,ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ଘସିପୁରା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଶମ୍ଭୁନାଥ ରାଉତ, ଶ୍ରୀଧର ସାହୁ, ଶକଂଶଣ ଜେନା, ନିରଞ୍ଜନ ପାଣିଗ୍ରାହୀ, ପ୍ରଣବ ପ୍ରକାଶ ପୁହାଣ, ଗୋଲକ ବିହାରୀ ଜେନା, ରବିନ୍ଦ୍ର କୁମାର ପଣ୍ଡା, ମଳୟ କୁମାର ପଣ୍ଡା, ଶ୍ରୀଧର ମହାନ୍ତ, ସୁଶାନ୍ତ କୁମାର ଜେନା, କୃଷ୍ଣ ଚନ୍ଦ୍ର ରାଉତ, ଅଶୋକ କୁମାର ମହାନ୍ତି, ନାରାୟଣ ରାଉତ, ନାରାୟଣ ବାରିକ, ପୁରଷୋତ୍ତମ ସାହୁ, ବାଇଧର ସାହୁ, ପ୍ରାଣବନ୍ଧୁ ସାହୁ, ରବିନ୍ଦ୍ର କୁମାର ସାହୁ, ପଦ୍ମ ପାଣିଗ୍ରାହୀ, ସରୋଜ କୁମାର ସାହୁ, କୌଲାସ କୁମାର ନାୟକ, ରାଜେନ୍ଦ୍ର କୁମାର ସାହୁ, ନରେନ୍ଦ୍ର ପଣ୍ଡା, ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ। 

0 Comments