ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରରେ ଘଟିଛି ଅଘଟଣ। ଅସାବଧାନତା ଯୋଗୁଁ ମନ୍ଦିର ବେଢାରେ ଦୀପ ଷ୍ଟାଣ୍ଡରେ ଦୀପ ଲଗାଇଲା ବେଳେ  ମହିଳା ଭକ୍ତଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ଲାଗିବା ଯୋଗୁଁ ମହିଳା ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରାଥମିକ ଚିକିତ୍ସା ପରେ କଟକ

ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।  ଗୁରୁତର ମହିଳା ହେଲେ ଢେଙ୍କାନାଳ ଜିଲ୍ଲା କୁରୁଣ୍ଟୀ ଗ୍ରାମ ର ମିନାକ୍ଷୀ ବରାଳ ବୋଲି ଜଣାପଡିଛି। ସେ ତାଙ୍କ ପରିବାର ଲୋକଙ୍କ ସହ ଘଟଗାଁ ଦର୍ଶନ କରିବାକୁ ଆସିଥିଲେ। 

ପ୍ରକାଶ ଯେ ଗତ ବୁଧବାର ଦିନ ମନ୍ଦିର ସାମ୍ନା ଭୋଗ ଦୋକାନ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଏହା ଯୋଗୁଁ ଲକ୍ଷାଧିକ ଟଙ୍କାର ନଡ଼ିଆ ପୋଡ଼ି ନଷ୍ଟ ହୋଇଯାଇଥିଲା।

0 Comments