ନୂଆଦିଲ୍ଲୀ: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ । ସଂସଦ ଭବନରେ କଂଗ୍ରେସ ନେତାଙ୍କ ଠେଲା ପେଲା ମଧ୍ୟରେ ଆହତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି । ପ୍ରତାପ ଷଡ଼ଙ୍ଗୀଙ୍କ କହିବା ହେଲା, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସଂପୃକ୍ତ ସାଂସଦ ତାଙ୍କ ଉପରେ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସଂସଦ ପରିସରରେ କଂଗ୍ରେସ ପାର୍ଟିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।
_Sans_Fallback_fba9a0; font-size: 17px;">ପ୍ରତିକ୍ରିୟାରେ ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ, '' ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲି ଦେବାରୁ ସେ ମୋ ଉପରେ ପଡିବାରୁ ମୁଁ ତଳେ ପଡ଼ି ଯାଇଥିଲି । ଯେତେବେଳେ ରାହୁଲ ଗାନ୍ଧୀ ଅନ୍ୟ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ, ସେତେବେଳେ ମୁଁ ପ୍ରବେଶ ଦ୍ବାର ସିଡ଼ି (staircase) ପାଖରେ ଛିଡା ହୋଇଥିଲି । ସେ ମୋ ଉପରେ ପଡ଼ିଯିବାରୁ ମୁଁ ତଳେ ପଡ଼ି ଆହତ ହୋଇଛି । ''
ପ୍ରତାପ ଷଡ଼ଙ୍ଗୀ ଏବେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ତାଙ୍କୁ ଫୋନ ଯୋଗେ ସ୍ବସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ଘଟଣା ପରେ ସଫେଇ ରଖିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, " ମୁଁ ସଂସଦର ପ୍ରବେଶ ଦ୍ୱାର ଦେଇ ଭିତରକୁ ଯିବାକୁ ଚେଷ୍ଟା କରୁଥିଲି, ବିଜେପି ସାଂସଦମାନେ ମୋତେ ଅଟକାଇବାକୁ, ଠେଲି ଦେବାକୁ ଏବଂ ଧମକ ଦେବାକୁ ଚେଷ୍ଟା କରୁଥିଲେ । ତେଣୁ ଏପରି ଘଟଣା ଘଟିଛି । ହଁ ଏପରି ଘଟିଛି ମଲିକାର୍ଜୁନ ଖଡଗେଙ୍କୁ ଧକ୍କା ଦିଆଯାଇଛି । କିନ୍ତୁ ଆମେ ଧକ୍କା ମୁକ୍କାରେ ପ୍ରଭାବିତ ହେଉନାହୁଁ । ଏହା ହେଉଛି ପ୍ରବେଶ ଦ୍ୱାର ଏବଂ ଆମର ଭିତରକୁ ଯିବାର ଅଧିକାର ଅଛି । ବିଜେପି ସାଂସଦ ମାନେ ଆମକୁ ଭିତରୁ ନଯିବାକୁ ଚେଷ୍ଟା କରୁଥିଲେ । ମୁଖ୍ୟ ପ୍ରସଙ୍ଗ ହେଉଛି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ଏବଂ ଆମ୍ବେଦକରଙ୍କୁ ଅପମାନ କରୁଛନ୍ତି। '
ଗତ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ ନେଇ ରାଜ୍ୟସଭାରେ ଏକ ମନ୍ତବ୍ୟ ଦେଇଥିଲେ ଅମିତ ଶାହ । ''କଂଗ୍ରେସ ପାଇଁ ଆମ୍ବେଦକରଙ୍କ ନାମ ଏକ ଫେସନରେ ପରିଣତ ହୋଇଛି । ଯଦି ସେମାନେ ଭଗବାନଙ୍କ ନାମ ସେତିକି ଥର ନିଅନ୍ତେ ତେବେ ସେମାନଙ୍କୁ ସ୍ବର୍ଗରେ ଜାଗା ମିଳିଯାଆନ୍ତା'' ବୋଲି ଶାହ କହିଥିଲେ । ଯାହାକୁ ନେଇ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ସଂସଦ ବାହାରେ ଓ ଭିତରେ ତୁମ୍ବି ତୁଫାନ କରୁଛନ୍ତି ବିରୋଧୀ ସାଂସଦ ମାନେ । ଅମିତ ଶାହ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦିଅନ୍ତୁ ବୋଲି ଅଡି ବସିଛି କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ । ବିରୋଧୀ ଦଳର ନେତା ମାନେ ଗତକାଲି ପରି ଆଜି ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।