(ବ୍ୟୁରୋ)କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ । ବଢିଲାନି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI)ର ପରବର୍ତ୍ତୀ ଗଭର୍ଣ୍ଣର ହେବେ ସଞ୍ଜୟ ମଲହୋତ୍ରା । କେନ୍ଦ୍ର ରାଜସ୍ୱ ସଚିବ ଦାୟିତ୍ୱରେ ଥିବା ସଞ୍ଜୟ ମଲହୋତ୍ରାଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ ପ୍ରଦାନ କରିଛି କେନ୍ଦ୍ର ।
ଶକ୍ତିକାନ୍ତ ଦାସଙ୍କ ଠାରୁ ଡିସେମ୍ବର ୧୧ରେ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା । ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡରର ଆଇଏଏସ ଅଫିସର ସଞ୍ଜୟ ମଲହୋତ୍ରା ଆରବିଆଇର ୨୬ତମ ଗଭର୍ଣ୍ଣର ହେବାକୁ ଯାଉଥିବା ବେଳେ ସେ ୩ ବର୍ଷ ପାଇଁ ଏହି
ପଦବୀରେ ରହିବେ । ଟିକସ ନୀତି ନିର୍ଦ୍ଧାରଣରେ ରହିଛି ସଞ୍ଜୟଙ୍କ ବଡ ଭୂମିକା ରହିଛି ।
ମଲହୋତ୍ରା ତାଙ୍କର 33 ବର୍ଷରୁ ଊର୍ଦ୍ଧ୍ୱ କ୍ୟାରିଅରରେ ଶକ୍ତି, ଅର୍ଥ ଓ ଟିକସ, ସୂଚନା ପ୍ରଯୁକ୍ତିବିଦ୍ୟା, ଖଣି ଇତ୍ୟାଦି ସହିତ ବହୁ ବିଭାଗରେ କାର୍ଯ୍ୟ କରିଛନ୍ତି । ଅର୍ଥ ମନ୍ତ୍ରାଳୟରେ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ମଲହୋତ୍ରା । ରାଜ୍ୟ ତଥା କେନ୍ଦ୍ର ସରକାରରେ ଅର୍ଥ ଏବଂ ଟିକସ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ସେ ଟିକସ ନୀତି ପ୍ରଣୟନରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।