ବେଙ୍ଗାଲୁରୁ: ପରଲୋକରେ ବିଶିଷ୍ଟ ରାଜନେତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣା । ଆଜି ସକାଳେ ତାଙ୍କ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାତି ପ୍ରାୟ 2ଟା 45 ମିନିଟରେ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା । କିଛି ଦିନ ଧରି ସେ ବାର୍ଧ୍ୟକ୍ୟଜନିତ କାରଣ
ରୁ ଅସୁସ୍ଥ ଥିଲେ । ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବା ସହ ମହାରାଷ୍ଟ୍ରର ରାଜ୍ୟପାଳ ଓ ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ । କ୍ରିଷ୍ଣାଙ୍କ ପ୍ରାର୍ଥୀବ ଶରୀରକୁ ଆଜି ତାଙ୍କ ନିର୍ବାଚନ ମଣ୍ଡଳୀ ମଦଦୁରକୁ ନିଆଯିବା ନେଇ ସୂଚନା ରହିଛି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ହେବ । କ୍ରିଷ୍ଣାଙ୍କ ପରିବାରରେ ତାଙ୍କର ପତ୍ନୀ ପ୍ରେମା ଓ ଦୁଇ ଝିଅ, ସମ୍ଭାବି ଓ ମାଳବିକା ରହିଛନ୍ତି । ଏସ୍.ଏମ୍ କ୍ରିଷ୍ଣାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି ।
1932 ମେ’ ପହିଲାରେ ଜନ୍ମଗ୍ରହଣ କରିଥିବା କ୍ରିଷ୍ଣା ଉଭୟ ଦକ୍ଷିଣ-ଭାରତୀୟ ଓ ଜାତୀୟ ରାଜନୀତିରେ ଲମ୍ବା ଇନିଂସି ଖେଳିଥିଲେ । 1962 ମସିହାରେ କ୍ରିଷ୍ଣା ନିଜର ନିର୍ବାଚନୀ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ମଦଦୁର ବିଧାନସଭା ଆସନରୁ ଜିତି ଭାରତୀୟ ଜାତୀୟ କଂଗ୍ରେସର ବିଶିଷ୍ଟ ରାଜନେତା କେ.ଭି ଶଙ୍କର ଗୌଡାଙ୍କୁ ପରାସ୍ତ କରି । କେ.ଭି ଶଙ୍କର ଗୌଡାଙ୍କ ପାଇଁ ନିଜେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପ୍ରଚାର କରିଥିଲେ ସୁଦ୍ଧା ସେ ନବାଗତ କ୍ରିଷ୍ଣାଙ୍କଠାରୁ ପରାଜିତ ହେବା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଡିସେମ୍ବର 1989 ରୁ ଜାନୁୟାରୀ 1993 ପର୍ଯ୍ୟନ୍ତ କ୍ରିଷ୍ଣା କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ସେ 1971 ରୁ 2014 ମଧ୍ୟରେ ଅନେକ ଥର ଲୋକସଭା ଓ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। କ୍ରିଷ୍ଣା ଉଭୟ କର୍ଣ୍ଣାଟକ ବିଧାନସଭା ଏବଂ ପରିଷଦର ସଦସ୍ୟ ଥିଲେ। 1993 ରୁ 1994 ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ ।
ସେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେବା ପୂର୍ବରୁ ପ୍ରଜା ସମାଜବାଦୀ ପାର୍ଟି ସହ ଜଡିତ ଥିଲେ। ମାର୍ଚ୍ଚ 2017 ରେ କଂଗ୍ରେସ ସହ ସହ 50 ବର୍ଷର ସମ୍ପର୍କ ଛିନ୍ନ କରିଥିଲେ ।ଦଳ ନେତାଙ୍କ ଆବଶ୍ୟକତା କରୁନଥିବା ଥିବା ଦର୍ଶାଇ ସେ ସେ କଂଗ୍ରେସରୁ ଇସ୍ତଫା ଘୋଷଣା କରିଥିଲେ। ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।