କେନ୍ଦୁଝର- ଜିଲ୍ଲା ପ୍ରେସ କ୍ଲବ କେନ୍ଦୁଝରର ସାଧାରଣ ପରିଷଦ ବେଠକ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ସମବାୟ ବ୍ୟାଙ୍କ ସଭା କକ୍ଷରେ ଅନୁଷ୍ଠିତ ଏହି ବେଠକରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସଭାପତି ବିଭୂତି ଭୂଷଣ ପଟ୍ଟନାୟକ ପରିପ୍ପଳନା କରିଥିବା ବେଳେ ପ୍ରେସ କ୍ଲବର ସଂପାଦକ ଶରତ ଚନ୍ଦ୍ର ଦାସ ବିବରଣୀ ପାଠ କରିଥିଲେ। ଗତ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରେସ କ୍ଲବର କାର୍ଯ୍ୟକାରିଣୀ ବେଠକର ନିଷ୍ପତ୍ତିକୁ ସାଧାରଣ ପରିଷଦ ବେଠକରେ ସ୍ବୀକରଣ କରାଯାଇଥିବା ବେଳେ ଅନ୍ୟ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ନିଷ୍ପତ୍ତି
ଗ୍ରହଣ କରାଯାଇଥିଲା । କ୍ଲବର ପୂର୍ବତନ ସଭାପତି ନିରଞ୍ଜନ ନାୟକଙ୍କ ଅକାଳ ବିୟୋଗରେ ସଭାପତି ପଦ ଫାଙ୍କା ପଡ଼ିଥିବା କାରଣରୁ ଏଥିପାଇଁ କ୍ଲବର ସମ୍ବିଧାନ ଅନୁସାରେ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଣ୍ଡାଙ୍କୁ ଭାରପ୍ରାପ୍ତ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ
ନିଷ୍ପଭି ହୋଇଥଲା। ସେହିପରି ନୂତନ ସଭ୍ୟ ସଂଗ୍ରହ ଉପରେ ଆଲୋଚନା କରାଯାଇ ଏକ ଆଂଚ କମିଟି ଗଠନ କରାଯାଇଥିଲା । ଏହି କିମିଟିରେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ରଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।
ଏବଂ ବରିଷ୍ଠ ସାମ୍ବାଦିକ ସୁବ୍ରତ ସ୍ଵାଇଁ ଯାଞ୍ଚ କମିଟିର ଆବାହକ ଭାବେ ମନୋନୀତ ହୋଇଥିଲେ। କମିଟିରେ ବରିଷ୍ଠ
ସାମ୍ବାଦିକ ପ୍ରଣୟ ପାଣି, ଜିତେନ୍ଦ୍ର ପଟ୍ଟନାୟକ, ଅଭୟ ମହାନ୍ତି, ସୁଧାଂଶୁ ସାହୁ ପ୍ରମୁଖ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଏହି ପାଂଚ କମିଟି ଖୁବ ଶୀଘ୍ର ବେଠକ ଡାକି ନୂତନ ସଭ୍ୟ ସଂଗ୍ରହ ଉପରେ ଆଲୋଚନା କରି ତାଙ୍କର ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଥିଲା। ସେହିପରି ପ୍ରେସ କ୍ଲବର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆସନ୍ତା ଜାନୁଆରୀ ମାସରେ ଏକ ସ୍ଵତନ୍ତ୍ର ବେଠକ ଡକାଯିବାକୁ ସ୍ଥିର ହୋଇଥିଲା। ଏହି ବେଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ ପଟ୍ଟନାୟକ, ସତ୍ୟ ନାରାୟଣ ମିଶ୍ର, ଅକ୍ଷୟ ପଟ୍ଟ ନାୟକ, କ୍ଷେତ୍ରବାସୀ ମହାକୁଡ଼, ଭାରପ୍ରାପ୍ତ ସଭାପତି ଜୟକୃଷ୍ଣ ପଣ୍ଡା, ସଂପାଦକ ଶରତ ଚନ୍ଦ୍ର ଦାସ, ଉପସଭାପତି ରାଜେନ୍ଦ୍ର ମହାକୁଡ, କୋଷାଧକ୍ଷ ଦେବାଶିଷ ମିଶ୍ର,କାର୍ଯ୍ୟକାରୀ କମିଟି ସଦସ୍ୟ ବିଶ୍ବରଞ୍ଜନ ସାହୁ, ମଳୟ ପାଣି, ବରିଷ୍ଠ ସାମ୍ବାଦିକ ବିନୟ ଭୂଷଣ ପଟ୍ଟନାୟକ, ପ୍ରଣୟ ପାଣି,ମଳୟ ମହାପାତ୍ର, ସୁବ୍ରତ ସ୍ୱାଇଁ, ଜିତେନ୍ଦ୍ର ପଟ୍ଟନାୟକ, ମାନସ ରଂଜନ ତ୍ରିପାଠୀ, ରଂଜନ ତ୍ରିପାଠୀ, ଏ ଆର ଖାନ,ସୁଧାଂଶୁ ସାହୁ,ଅଭୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।