ଗତକାଲି ବିଳମ୍ବିତ ରାତିରେ ଘଟଗାଁ ମା ତାରିଣୀ ପୀଠରେ ଘଟିଛି ଅଭାବନୀୟ ଘଟଣା। ମନ୍ଦିର ସମ୍ମୁଖ ଦୁଇ ନମ୍ୱର ଗେଟ୍ ସମ୍ମୁଖ ଭୋଗ ଦୋକାନରେ ଲାଗିଲା ନିଆଁ। ଏହି ଅଗ୍ନିକାଣ୍ଡ ହେବା ଫଳରେ ପନ୍ଦରରୁ ଉର୍ଦ୍ଧ ଭୋଗ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଏହାର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିଥିବା ବେଳେ ଦୋକାନ ଗୁଡ଼ିକ ସମ୍ପୂର୍ଣ୍ଣ ଧ୍ଵଂସ ହୋଇ ଯାଇଥିଲା। କେଉଁ କାରଣରୁ ଏହ

ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ ଗତ କିଛି ମାସ ପୂର୍ବରୁ ତିନି ନମ୍ୱର୍ ଗେଟ୍ ସମ୍ମୁଖ ଭୋଗ ଦୋକାନ ଗୁଡ଼ିକରେ ଏଭଳି ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଥିଲା। ପ୍ରଶାସନ ପକ୍ଷରୁ ଏହି ଦୋକାନ ଗୁଡ଼ିକୁ ବାରମ୍ବାର ହଟାଇବା ପାଇଁ ଉଦ୍ୟମ ହେଉଥିବାବେଳେ ଏଗୁଡ଼ିକ ହଟିବାର ନାଁ ନେଉ ନାହାନ୍ତି। ରାଜ୍ୟ ସରକାର ଏବେ ମନ୍ଦିର ସୋନ୍ଦର୍ୟ୍ଯକରଣ ପାଇଁ ଏକ ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି।

0 Comments