ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଜଗଦ୍ବୀପ ଧନଖଡଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ । ଗୃହ ପରିଚାଳନାରେ ପକ୍ଷପାତିତା ଅଭିଯୋଗରେ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛି । ଶାସକ ଏବଂ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଉଭୟ ସଦନ ଲୋକସଭା ଓ ରାଜ୍ୟ ସଭାକାର୍ଯ୍ୟ ପ୍ରଣାଳୀ ପ୍ରଭାବି

ହୋଇଛି । ଆଜି (ମଙ୍ଗଳବାର) ରାଜ୍ୟସଭା ପ୍ରସୋଡିଂ ପୁଣି ସ୍ଥଗିତ ରଖାଯାଇଛି ।

ଗତକାଲି (ସୋମବାର) ବିରୋଧୀମାନେ ରାଜ୍ୟସଭାରେ ଗୃହକାର୍ଯ୍ୟରେ ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଧନଖଡଙ୍କ ବିରୋଧରେ ଶାସକ- ବିରୋଧୀ ପକ୍ଷପାତିତା ଅଭିଯୋଗକୁ ପ୍ରସଙ୍ଗ କରିଥିଲେ । କଂଗ୍ରେସ ଏବଂ ଟିଏମସିର ଦୁଇଜଣ ବରିଷ୍ଠ ରାଜ୍ୟସଭା ସାଂସଦ କହିଛନ୍ତି ଯେ ଧନଖର ଗୃହକୁ ଶାସକ ଦଳର ସାଧନ ଭାବେ ବ୍ୟବହାର କରୁଛନ୍ତି । ଯାହା ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ । ବିରୋଧୀ ସାଂସଦମାନଙ୍କୁ ଗୃହରେ ପ୍ରସଙ୍ଗ ଉଠାଇବାକୁ ଅନୁମତି ଦେଉନାହାନ୍ତି ଅଧ୍ୟକ୍ଷ । ଏପରିକି ସେମାନଙ୍କର ମତାମତକୁ ମଧ୍ୟ ହାଉସ ପ୍ରୋସିଡିଂ ରେକର୍ଡରୁ ବାଦ ଦିଆଯାଉଛି ବୋଲି ସେମାନେ ଗମ୍ଭୀର ଅଭିଯୋଗ କରିଛନ୍ତି ।

ଏହି ଅନସ୍ତା ପ୍ରସ୍ତାବରେ ପ୍ରାୟ 60 ବିରୋଧୀ ସାଂସଦ ଦସ୍ତଖତ ରହିଥିବା ଚର୍ଚ୍ଚା ହେଉଛି । ଏଥିରେ କଂଗ୍ରେସ ସଦସ୍ୟ,. ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି, ତାମିଲନାଡୁର ଡିଏମକେ ଏବଂ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସାଂସଦମାନେ ସାମିଲ ଅଛନ୍ତି । ତେବେ ସଂଖ୍ୟା ଦୃଷ୍ଟିରୁ ଏହି ପ୍ରସ୍ତାବ କାଟ ଖାଇବାର ସମ୍ଭାବନା ମଧ୍ୟ ପ୍ରାୟତଃ ସ୍ପଷ୍ଟ । ବିରୋଧୀମାନେ ପ୍ରତୀକାତ୍ମକ ଭାବେ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଏହି ପ୍ରସ୍ତାବ ଆଗତ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଉଭୟ ଗୃହରେ ଆରମ୍ଭରୁ ଏହି ଅଭିଯୋଗ ରହିଛି । ଲୋକସଭାରେ ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭାରେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଧନଖଡ ପ୍ରୋସିଡିଂରେ ପକ୍ଷପାତିତା କରୁଥିବା ଶାସକ ଦଳକୁ ସୁହାଇବା ପରି ଓ ବିରୋଧୀଙ୍କ ସେମାନଙ୍କ ଅଧିକାର ଦେଉନଥିବା ଅଭିଯୋଗ ହୋଇଆସିଛି । କେତେବେଳେ ବିରୋଧୀଙ୍କ ମାଇକ ବନ୍ଦ ଓ ପ୍ରୋସିଡିଂ ରେକର୍ଡରୁ ବିବୃତ୍ତିକୁ ବାଦ ଦେବା ପରି ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ଉଭୟ ଗୃହର ମୁଖ୍ୟ ଓ ଶାସକ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି ।

0 Comments