କେନ୍ଦୁଝର - ଧରଣୀଧର ବିଶ୍ବବିଦ୍ୟାଳୟର ନବଗଠିତ ଶୈକ୍ଷିକ ପରିଷଦର ପ୍ରଥମ ବୈଠକ ଆଜି ବିଶ୍ବବିଦ୍ୟାଳୟର କୁଳପତି ତଥା ଶୈକ୍ଷିକ ପରିଷଦର ଅଧ୍ଯକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁ୍ଷ୍ଠିତ ହୋଇ ଯାଇଛି । ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସହକାରୀ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ପ୍ରଥମେ ସ୍ବାଗତ ଅଭିଭାଷଣ ସହ ବୈଠକ ପରିଚାଳନା ପାଇଁ କୁଳପତିଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ବିଶ୍ବବିଦ୍ୟାଳୟର କୁଳସଚିବ ତଥା ଶୈକ୍ଷିକ ପରିଷଦର ସଂପାଦକ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ଓ ସ୍ନତକୋତ୍ତର ପରିଷଦର ଅଧ୍ଯକ୍ଷ ପ୍ରଫେସର ପ୍ରଭୁପ୍ରସାଦ ଦାସ ବୈଠକରେ ଅଂଶ ଗ୍ରହଣ କରିଥିବା ବେଳେ ଆରମ୍ଭରେ କୁଳପତି ବିଶ୍ବବିଦ୍ୟାଳୟର ସ୍ଥିତି,ବିଭିନ୍ନ ଗଠନମୂଳକ ପଦକ୍ଷେପ, ଛାତ୍ରଛାତ୍ରୀଙ୍କ ସଫଳତା ଓ ଶୈକ୍ଷିକ ବାତାବରଣ ସଂପର୍କିତ ସୂଚନା ପ୍ରଦାନ କରିଥିଲେ ।
ପରେପରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଭୁପ୍ରସାଦ ଦାସ ନାମଲେଖା,ପାଠ୍ଯ ଖସଡା, ନୂତନ ପାଠ୍ଯକ୍ରମ, ପାଠାଗାର ଆଦି ସଂପର୍କିତ
ପ୍ରସ୍ତାବ ଆଗତ କରିଥିଲେ ଓ ଉପସ୍ଥିତ
ଶୈକ୍ଷିକ ପରିଷଦର ସଦସ୍ୟମାନଙ୍କ
ସହମତିରେ ଏଗୁଡିକ ଅନୁମୋଦିତ ହୋଇଥିଲା । ଏହାପରେ କୁଳସଚିବ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ବିଶ୍ବବିଦ୍ୟାଳୟରେ ଖୋଲିଥିବା ନୂତନ
ବିଭାଗ ଓ ବିଭିନ୍ନ ବିଷୟରେ ସିଟ୍ ସଂଖ୍ଯା ବୃଦ୍ଧି ପ୍ରସ୍ତାବ ଆଗତ କରିଥିବା ବେଳେ ପରିଷ
ଦ ଦ୍ବାରା ଏହା ଅନୁମୋଦନ ଲାଭ କରିଥିଲା ।ପରବର୍ତ୍ତୀ
ପ୍ରସ୍ତାବ ଆଗତ କରିଥିଲେ ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ପଣ୍ଡା । ପରୀକ୍ଷା ପରିଚାଳନା, ପରୀକ୍ଷା ଅଧିନିୟମ, ଜାତୀୟ ଶିକ୍ଷାନୀତି ଆଧାରିତ ପାଠ୍ୟଖସଡା,ପରୀକ୍ଷା ଫଳାଫଳ ସହିତ
ପିଏଚ. ଡି ପାଠ୍ଯକ୍ରମର ଅଧିନିୟମ ସଂପର୍କରେ ଆଗତ ପ୍ରସ୍ତାବ ଗୁଡିକ ଗୃହର ଅନୁମୋଦନ ଲାଭ କରିଥିଲା।
ବିଶ୍ବବିଦ୍ୟାଳୟର ଗବେଷଣା ଓ ବିକାଶ। ପ୍ରକୋଷ୍ଠ ନିର୍ଦ୍ଦେଶକ ଡଃ ଶ୍ରୀଧର ସନ୍ଯାସୀଙ୍କ ଦ୍ବାରା ଆଗତ ଗବେଷଣା ଓ ଗବେଷଣା ଅଧିନିୟମ ସଂପର୍କିତ ପ୍ରସ୍ତାବ
ମଧ୍ଯ ଏହି ବୈଠକରେ ଅନୁମୋଦନ ଲାଭ କରିଥିଲା । ବୈଠକରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ଯ
ମାନେ ଯୋଗ ଦେଇଥିବା ବେଳେ ଫକୀରମୋହନ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ କେନ୍ଦୁଝରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ଯକ୍ଷ ସଦସ୍ଯ
ଭାବେ ଯୋଗଦେଇଥିଲେ । ବିଶ୍ବବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ କୁଳପତି
ଏହି ଅବସରରେ କୃତଜ୍ଞତା ଜ୍ଞାପନ କରିଥିଲେ । ଡଃ ନବଘନ ମଲ୍ଲିକ, ଶ୍ରୀ ଅକାଳୁ ପୃଷ୍ଟି , ଶ୍ରୀମତୀ ସ୍ମିତାରାଣୀ ବେହେରା, ଶ୍ରୀମତୀ ସରିତା ନାୟକ ପ୍ରମୁଖ ଅଧ୍ଯାପକ ଓ ଅଧାଯାପିକା ବୈଠକ ପରିଚାଳନା କରିଥିବା ବେଳେ ବିଶ୍ବବିଦ୍ୟାଳୟର ଉପ ପରୀକ୍ଷା ନିୟନ୍ତ୍ରକ ଡଃ ରୁଦ୍ରକାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।