ପୁରୀ: ଚାପରେ ଚେପା ହେଲେ ମମତା ସରକାର । ଚାରିଆଡୁ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ‘ଧାମ’ ନାମକରଣକୁ ନେଇ ବିବାଦ ଦେଖାଯାଇଥିଲା । ଏହାକୁ ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିଥିଲେ । ଶେଷରେ ମନ୍ଦିରରୁ ‘ଧାମ’ ଶବ୍ଦ ଉଠାଇ ଦେଇଛନ୍ତି । ସେପଟେ ଦୀଘା ଜଗନ୍ନାଥ ମନ୍ଦିର ଦାରୁ ବିବାଦ ନେଇ ଆସିଛି ତଦନ୍ତ ରିପୋର୍ଟ । ଦୀଘା ଜଗନ୍ନାଥ ମନ୍ଦିରରେ ବଳକା ଦାରୁରୁ ମୂର୍ତ୍ତି ନିର୍ମାଣ ଦ୍ବନ୍ଦ୍ବ ଦୂର କରିଛନ୍ତି
e: 17px;">ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
।
ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପରେ ଦୀଘା ଜଗନ୍ନାଥ ଧାମ ନାମକରଣକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତ୍ୟାହାର କରିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ଗତ ଅକ୍ଷୟ ତୃତୀୟାରେ ଉଦଘାଟନ କରାଯାଇଥିଲା । ଏହାକୁ ଜଗନ୍ନାଥ ଧାମ ନାମ ଦେଇଥିଲେ ମମତା ବାନାର୍ଜୀ । ଏହାକୁ ନେଇ ସବୁ ମହଲରେ ବିରୋଧ ଆରମ୍ଭ ହୋଇଥିଲା । ପୁରୀ ସହ ଦେଶରେ ଥିବା ଚାରି ଧାମକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ଥାପନ କରିଥିଲେ। ତେବେ ଦୀଘାରେ ହୋଇଥିବା ନବ ନିର୍ମିତ ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜଗନ୍ନାଥ ଧାମ’ ନାମ କରଣ ଦେବା ପରେ ବିବାଦ ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ପ୍ରେମୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକ୍ଷେପକୁ କଡା ବିରୋଧ କରିଥିଲେ । ତେବେ ଶେଷରେ ଚାପ ଆଗରେ ମୁଣ୍ଡ ନୂଆଁଇ ଦୀଘାକୁ ଜଗନ୍ନାଥ ଧାମ ନାମକରଣକୁ ହଟାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଆଜି ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ମହାରଣା ସେବକ, ବିଭିନ୍ନ ନିଯୋଗ, ପତି ନିଯୋଗ ଓ ଯେଉଁମାନେ ଯାଇଥିଲେ ସେମାନଙ୍କୁ ନେଇ ମାରାଥନ ବୈଠକ ହୋଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ମହାପ୍ରଭୁଙ୍କ ଦୈନିଦିନ କଣ କାର୍ଯ୍ୟ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପକ୍ଷରୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରିହେବ । ଜଗନ୍ନାଥ ଧାମ ଯାହା ଉଲ୍ଲେଖ କରାଯାଇଛି ସେଥିରେ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ପଶ୍ଚିମ ବଙ୍ଗ ସରକାରଙ୍କୁ ସରକାରଙ୍କ ତରଫରୁ ଲେଖା ଯିବ ଏବଂ ଦୀଘା ଠାରେ ମହାଦୋଧି ନାମକୁ କାଟିବା ପାଇଁ ଜଣାଇବୁ ଯଦି ନ ମାନିଲେ ଆଇନଗତ ଆଶ୍ରୟ ନେବୁ । ସେବାୟତ ମାନେ କେଉଁଠିକୁ ଯିବେ ନ ଯିବେ ମାର୍ଗଦର୍ଶିକା ଜାରି ହେବ ।’