ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ଦ୍ବିତୀୟ ଦିନକୁ ନେଇ ଆଜି ବୈଦେଶିକ ମନ୍ତ୍ରାଳୟ ଦ୍ବାରା ପ୍ରେସମିଟରେ କହିଛି ଯେ, ପାକିସ୍ତାନ ଭାରତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ତଥାପି, ଆକ୍ରମଣକୁ ଇଣ୍ଟିଗ୍ରେଟେଡ କାଉଣ୍ଟର UAS ଗ୍ରୀଡ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ନିଷ୍କ୍ରିୟ କରାଯାଇଥିଲା। ଏହି ଆକ୍ରମଣର ଭଗ୍ନାବଶେଷ ଏବେ ଅନେକ ସ୍ଥାନରୁ ଉଦ୍ଧାର କରାଯାଉଛି, ଯାହା ପାକିସ୍ତାନୀ ଆକ୍ରମଣକୁ ପ୍ରମାଣିତ କରେ। ସେହିପରି ବିଶ୍ବ ଆତଙ୍କବାଦ ପଛରେ ପାକିସ୍ତାନର ହାତ ଓ ଆତଙ୍କବାଦୀଙ୍କ ଘର ପାକ ବୋଲି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରି ।
କର୍ଣ୍ଣେଲ ସୋଫିଆ କ୍ୟରେସୀ କହିଛନ୍ତି, "2025 ମଇ 07-08 ରାତିରେ ପାକିସ୍ତାନ ଡ୍ରୋନ୍ ଏବଂ ମିସାଇଲ ଦ୍ବାରା ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଥିଣ୍ଡା, ଚଣ୍ଡିଗଡ଼, ନଲ୍, ଫାଲୋଡି, ଉତ୍ତରଲାଇ ଏବଂ ଭୁଜ ହିତ ଉତ୍ତର ଏବଂ ପଶ୍ଚିମ ଭାରତର ଅନେକ ସାମରିକ କେନ୍ଦ୍ରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଆକ୍ରମଣକୁ ଇଣ୍ଟିଗ୍ରେଟେଡ କାଉଣ୍ଟର UAS ଗ୍ରୀଡ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ପ୍ରତିରୋଧ କରାଯାଇଥିଲା। "
ze: 20px;">କର୍ଣ୍ଣେଲ ସୋଫିଆ କ୍ୟୁରେସି କହିଛନ୍ତି, "ଆଜି ସକାଳେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ବିଭିନ୍ନ ସ୍ଥାନରେ ଥିବା ବାୟୁ ପ୍ରତିରକ୍ଷା ରାଡ୍ଡାର ଏବଂ ସିଷ୍ଟମକୁ ଟାର୍ଗେଟ କରିଥିଲେ। ଭାରତର ପ୍ରତିକ୍ରିୟା ପାକିସ୍ତାନ ପରି ସମାନ ଅଞ୍ଚଳରେ ଏବଂ ସମାନ ତୀବ୍ରତାରେ ହୋଇଛି। ଏହା ବିଶ୍ୱସ୍ତ ଭାବରେ ଜଣାପଡୁଛି ଯେ ଲାହୋରରେ ଗୋଟିଏ ଏୟାରଡିଫେନ୍ସ ସିଷ୍ଟମକୁ ନିଷ୍କ୍ରିୟ କରାଯାଇଛି ।"
ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି, "ପାକିସ୍ତାନ ଜମ୍ମୁ ଓ କାଶ୍ମୀରର କୁପୱାଡା, ବାରାମୁଲ୍ଲା, ଉରି, ପୁଞ୍ଚ, ମେନ୍ଧାର ଏବଂ ରାଜୌରୀ ସେକ୍ଟରରେ ମୋର୍ଟାର ଏବଂ ଭାରୀ କ୍ୟାଲିବର ତୋପ ବ୍ୟବହାର କରି ନିୟନ୍ତ୍ରଣ ରେଖାରେ ଗୁଳିଚାଳନା ବୃଦ୍ଧି କରିଛି । ପାକିସ୍ତାନ ଗୁଳିମାଡରେ 16 ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ 3 ଜଣ ମହିଳା ଓ ପାଞ୍ଚ ଶିଶୁ ରହିଛନ୍ତି । ପାକିସ୍ତାନର ମୋର୍ଟାର ଏବଂ ଆଚେଲାରୀ ଗୁଳିଚାଳନା ବନ୍ଦ କରିବା ପାଇଁ ଭାରତକୁ ଜାବାବ ଦେବାକୁ ପଡିଲା । ଭାରତୀୟ ସଶସ୍ତ୍ର ବାହିନୀ ଉତ୍ତେଜନା ନ ବଢାଇବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥାଏ, ଯଦି ପାକିସ୍ତାନ ସେନା ଏହାକୁ ସମ୍ମାନ କରେ।"
ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି, "ଯେତେବେଳେ UNSC ରେ ପହଲଗାମ ବିଷୟରେ ଆଲୋଚନା ଚାଲିଥିଲା, ସେତେବେଳ ପାକିସ୍ତାନ The Resistance Front (TRF) ର ଭୂମିକାକୁ ବିରୋଧ କରିଥିଲା। ଏହା ସେତେବେଳେ ଘଟିଥିଲା ଯେତେବେଳେ TRF ଥରେ ନୁହେଁ ବରଂ ଦୁଇଥର ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ''
ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ବ ଆତଙ୍କବାଦ ପଛରେ ପାକିସ୍ତାନର ହାତ ରହିଛି । ମୋତେ ଏହା ମନେ ପକାଇବାର ଆବଶ୍ୟକତା ନାହିଁ ଯେ ଓସାମା ବିନ୍ ଲାଡେନ କେଉଁଠାରେ ଥିଲେ ଏବଂ ତାଙ୍କୁ କିଏ ଶହିଦ କହିଥିଲେ । ପାକିସ୍ତାନ ମଧ୍ୟ ବହୁ ସଂଖ୍ୟକ ଜାତିସଂଘ ଦ୍ୱାରା ପ୍ରତିବନ୍ଧିତ ଆତଙ୍କବାଦୀ ଏବଂ ଅନେକ ଦେଶ ଦ୍ୱାରା ପ୍ରତିବନ୍ଧିତ ଆତଙ୍କବାଦୀଙ୍କ ଘର । ଆପଣ ଗତ କିଛି ଦିନ ମଧ୍ୟରେ ଦେଖିଥିବେ ଯେ ସେମାନଙ୍କର ପ୍ରତିରକ୍ଷା ମନ୍ତ୍ରୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଏପରି ଆତଙ୍କବାଦୀ ଗୋଷ୍ଠୀ ସହିତ ସେମାନଙ୍କ ଦେଶର ସମ୍ପୃକ୍ତିକୁ ସ୍ୱୀକାର କରିଛନ୍ତି। ''
ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଯେ ସାଧାରଣ ନାଗରିକଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ଜାତୀୟ ପତାକାରେ ଘୋଡ଼ାଇ କଫିନରେ କରାଯାଉଛି ଏବଂ ସେମାନଙ୍କୁ ରାଷ୍ଟ୍ରିୟ ସମ୍ମାନ ଦିଆଯାଉଛି । ଗତକାଲି ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀରର ଶିଖ ସମ୍ପ୍ରଦାୟ ଉପରେ ଏକ ସର୍ଜିକାଲ୍ ଆକ୍ରମଣ କରିଥିଲା । ପୁଞ୍ଚରେ ଏକ ଗୁରୁଦ୍ୱାର ଉପରେ ଆକ୍ରମଣ କରିଥିଲା ଏବଂ ଆକ୍ରମଣର ଶିଖ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଟାର୍ଗେଟ କରାଯାଇଥିଲା ଏବଂ ଆକ୍ରମଣରେ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ପୁଞ୍ଚରେ ମୋଟ 16 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।"