ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହାମଲା ପ୍ରତିଶୋଧ ନେଲା ଭାରତ । 'ଅପରେସନ୍ ସିନ୍ଦୂର' ପାକିସ୍ତାନ ଉପରେ ମିସାଇଲ ମାଡ । 9 ଆତଙ୍କୀ ଆଡ୍ଡା ଧ୍ୱଂସ । ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତ୍ରିରେ ମିସାଇଲ୍ ଆକ୍ରମଣ । ଲସ୍କର-ଇ- ତୋଇବା ଏଲଇଟି ଏବଂ ଜୈଶ ଇ ମହମ୍ମଦ ଜଇଏମ୍ ଆତଙ୍କୀ ଆଡ୍ଡା ମିସାଇଲ ମାଡରେ ଉଡେଇ ଦେଇଛି ଭାରତ ।
ଆତଙ୍କୀସ୍ତାନରେ ଆତଙ୍କ ଖେଳାଇଲା ଭାରତୀୟ ସେନା । ମଧ୍ୟରାତ୍ରୀରେ ପାକିସ୍ତାନୀଙ୍କର ହଜିଲା ନିଦ । ଅନ୍ଧାର ରାତିରେ ପହଲଗାମ୍ର
ପ୍ରତିଶୋଧ ନେଲା ଭାରତ । ରାତି ଗୋଟାଏର ହେଲା ଆକ୍ରମଣ । ପାକିସ୍ତାନର ୯ଟି ସ୍ଥାନରେ ମିସାଇଲ ଆଟାକ କଲା ଭାରତ । ସମଗ୍ର ଅପରେସନକୁ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତୀୟ ସେନାର 'ଅପରେସନ ସିନ୍ଦୂର' । ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଶିବିର ଉପରେ ଆକ୍ରମଣ । ଏହା ପରେ ପାକିସ୍ତାନ ସେନା ପକ୍ଷରୁ ଏଲଓସିରେ ଗୁଳି ମାଡ ହୋଇଥିଲା । ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ଦୃଢ ଜବାବ ଦିଆଯାଇଛି ।
ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ଗୁଳିମାଡ଼ । ପାକ୍ ସେନାର ଗୁଳିରେ ୩ ଭାରତୀୟଙ୍କ ମୃତ୍ୟୁ । ପାକିସ୍ତାନ ସେନାକୁ ମୁହଁତୋଡ଼ ଜବାବ ଦେଉଛି ଭାରତୀୟ ସେନା ।
ଭାରତୀୟ ସେନା ନେଲା ପହଲଗାମ ଆତଙ୍କୀ ହାମଲା ପ୍ରତିଶୋଧ । ଅଧ ରାତିରେ ପାକିସ୍ତାନ ଭିତରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ହୋଇଛି । ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ କରିଛି ଭାରତୀୟ ସେନା । ପାକିସ୍ତାନର ୯ଟି ସ୍ଥାନରେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ୍ । ଧ୍ବଂସ ହେଲା ଆତଙ୍କୀ ଆଡ୍ଡା, ଥରହର ପାକିସ୍ତାନ । ଆକ୍ରମଣ ପରେ ଭାରତୀୟ ସେନା ଏହାକୁ 'ଅପରେସନ୍ ସିନ୍ଦୂର' ନାମ ଦେଇଛି । ଭାରତୀୟ ସେନା ଟ୍ୱିଟ୍ କରି କହିଛି "ନ୍ୟାୟ ହୋଇଛି, ଜୟ ହିନ୍ଦ"। ଏପଟେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ-ପାକିସ୍ତାନ ସୀମାରେ ସମସ୍ତ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର କିମ୍ବା ଅର୍ଥନୈତିକ ବାଣିଜ୍ୟିକ କେନ୍ଦ୍ର ଉପରେ ଆକ୍ରମଣ କରାଯାଇନାହିଁ।
ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତି ଅଧିଆ ଆକ୍ରମଣ କରି ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା । ଗତ ୨୨ ତାରିଖରେ ପହଲଗାମ ଆତଙ୍କୀ ହମଲାରେ ଚାଲିଯାଇଥିଲା ୨୬ ଜଣଙ୍କ ଜୀବନ । ଲିଭିଯାଇଥିଲା ଅନେକ ମହିଳାଙ୍କ ସିନ୍ଦୂର । ମଧ୍ୟ ରାତ୍ରରେ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ପାକିସ୍ତାନର 9ଟି ସ୍ଥାନରେ ମିସାଇଲ ମାଡ କରିଛି ଭାରତୀୟ ସେନା ।