ଭୁବନେଶ୍ବର: ଘଣ୍ଟାରେ ବାଜିଲା 4ଟା... ଲୋକଙ୍କ ମନରେ ପଶିଲା ଯୁଦ୍ଧ ଛନକା...ବାଜିଲା ଯୁଦ୍ଧ ସାଇରନ... ଆରମ୍ଭ ହୋଇଗଲା ଯୁଦ୍ଧ ତୟାରୀ । ଚାରିଆଡେ ଶୁଭିଲା ଢୋ ଢା କରି ବିକଟାଳ ବୋମା ବିସ୍ଫୋରଣ ଶବ୍ଦ । କିଛି କ୍ଷଣ ମଧ୍ୟରେ ଗୋଟିଏ‌ ପରେ ଗୋଟିଏ ବୋମାର ବିସ୍ଫୋରଣ ଲୋକଙ୍କୁ ଭୟଭିତ କରାଇଲା । କେଉଁଠି ନିଆଁ ଲାଗିଯାଇଥାଏ ଆଉ କେଉଁଠି ଲୋକ ଛପଟପ ହୋଇ ଚିତ୍କାର କରୁଥାନ୍ତି ରାସ୍ତା ଉପରେ। ସତେ ଯେପରି ଶତ୍ରୁପକ୍ଷର ଆକ୍ରମଣ । ଏମିତି କିଛି ଦୃଶ୍ୟ ଆଜି ଭୁବନେଶ୍ୱର ସମେତ ରାଜ୍ୟର 12ଟି ଜିଲ୍ଲାରେ ଦେଖିବାକୁ ମିଳିଥିଲା । ପ୍ରଥମ ସାଇରନ ବାଜିବା ପରେ ମକଡ୍ରିଲ ହୋଇଥିଲା । ଦ୍ବିତୀୟ ସାଇରନ ବାଜିବା ପରେ ଏହା ଶେଷ ହୋଇଥିଲା । ରାଜ୍ୟରେ ଭୁବନେଶ୍ବର, ତାଳଚେର, ବାଲେଶ୍ବର, ଗୋପାଳପୁର, ସମ୍ବଲପୁର, ପାରାଦ୍ବୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, କୋରାପୁଟ, କେନ୍ଦ୍ରାପଡା ଓ ପୁରୀରେ ମକଡ୍ରିଲ କରାଯାଇଥିଲା ।

ଯୁଦ୍ଧ ସମୟରେ ଯେପରି ପରିସ୍ଥିତି ଉପୁଜେ ଠିକ ସେହିପରି ପରିସ୍ଥିତି ଆଜି ସୃଷ୍ଟି ହୋଇଥିଲା । ଯଦି ଯୁଦ୍ଧ ହୁଏ ସେହି ସମୟରେ ନିଜକୁ କିପରି ସୁରକ୍ଷିତ କରି ରଖିପାରିବେ ସେନେଇ ମକଡ୍ରିଲ ହୋଇଥିଲା । ବିଶେଷ କରି ଭୁବନେଶ୍ୱରର ରାଜମହଲ ଛକ ଉପରେ ଏମିତି କିଛି ଅଭ୍ୟାସ ହୋଇଥିଲା। ଯେଉଁଥିରେ ପୋଲିସ,ପ୍ରଶାସନିକ ଅଧିକାରୀ, ଡାକ୍ତରୀ ଟିମ ,ବିଏମସି ,ସ୍ବେଚ୍ଛାସେବୀ ସଂଗଠନ,ବେସାମରିକ ବାହିନୀ ,ଫାୟାର ଡିପାର୍ଟମେଣ୍ଟ ଭଳି ଛାତ୍ରହଛାତ୍ରୀ,ସ୍କାଉଟ ଗାଇଡ ଓ ଏନସିସି ପିଲାଙ୍କୁ ଏକାଠି କରି ଏ

ଳି ଏକ ମକ ଡ୍ରିଲ କରାଯାଇଥିଲା । ଯୁଦ୍ଧ ସମୟରେ ବୋମା ବିସ୍ଫୋରଣ ଓ ଅଗ୍ନିକାଣ୍ଡ ହେବା ପରେ କିପରି ମୁକାବିଲା କରିହେବ ସେନେଇ ଅଭ୍ୟାସ କରିଥିଲେ । ଏହି ଅଭ୍ୟାସ ଦ୍ବାରା ସାଧାରଣ ଲୋକେ ମାନେ ଜୁରୁରୀକାଳିନ ସମୟରେ କିପରି ଆତ୍ମରକ୍ଷା କରିପାରିବେ ଓ ଲୋକଙ୍କୁ କିପରି ଉଦ୍ଧାର କରାଯାଇପାରିବ ତାହା ଶିକ୍ଷାଲାଭ କରିଥିଲେ ।

ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ''କେବଳ ପୋଲିସ ନୁହେଁ ନାଗରିକ ମନେ ପ୍ରସ୍ତୁତ ଅଛନ୍ତି । ସମସ୍ତଙ୍କ ଭାବନା ଭାରତ ସରକାର ଓ ରାଜ୍ୟ ଏବଂ ପ୍ରତିରକ୍ଷା ବିଭାଗର ସହ ରହିଛି । ମାନସିକ ଓ ଶାରିରୀକ ଭାବେ ସମସ୍ତେ ଏକଜୁଟ ଅଛନ୍ତି । ସିଭିଲ ଡିଫେନ୍ସ ପରସୋନାଲ, ହୋମଗାର୍ଡ, ଫାୟାର ସର୍ଭିସେସ , ପୋଲିସ ,ସ୍କାଉଟ ଗାଇଡ ସମସ୍ତେ ଏକତ୍ରିତ ହୋଇ ନିଜ କାମ କରୁଛନ୍ତି । ଏପରି ଏକଜୁଟ ଆମର ଡିଫେନ୍ସ କୁ ସୁଦୃଢ କରିବ। ସାମ୍ଭାବ୍ୟ ଶତ୍ରୁଦେଶର ଆକ୍ରମଣ ପାଇଁ ଏହା ଡ୍ରିଲ ରହିଥିଲା । ନିଆଁ ଲାଗିଗଲା ପରେ କେମିତି ଲିଭାଯିବ ଓ ଯଦି ଗୋଟିଏ ଲୋକ ଆହତ ହୋଇଛି ତାକୁ କେମିତି ଷ୍ଟ୍ରେଚରେ ଆମ୍ବୁଲାନ୍ସ ନିଆଯିବ, ପୋଲିସ କିପରି ଟ୍ରାଫିକ ଖାଲିକରିବ, ଆବଶ୍ୟକ ପଡିଲେ ସାଇରନ ବାଜିଲେ ଲୋକମାନଙ୍କୁ କିପରି ସୁରକ୍ଷାସ୍ଥାନକୁ ପଠାଯିବ ସେନେଇ ମକଡ୍ରିଲ ହୋଇଥିଲା । ।ଆର୍ମିରେ ମଧ୍ୟ କିଛି ଲୋକ ମଧ୍ୟ ଅଛନ୍ତି । ''


0 Comments