ପୁରୀ: ପହଲଗାମରେ ନିରୀହ ପର୍ଯ୍ୟଟକଙ

କୁ ଆତଙ୍କବାଦୀଙ୍କ ହତ୍ୟା ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ମିସାଇଲ ଓ ଡ୍ରୋନ୍ ରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାରା ଦେଶରେ ବିଶେଷ କରି ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ଚାରି ପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର ଚାରିପାଖରେ ଅତିରିକ୍ତ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଏନଏସଜି ସତର୍କ କରାଇ ଆସୁଛି। ଏଣୁ ଭାରତ ପାକିସ୍ତାନ ସମ୍ଭାବ୍ୟ ଯୁଦ୍ଧ ସ୍ଥିତିରେ, ପୁରୀରେ ଯେଭଳି କିଛି ଅଘଟଣ ନ ଘଟେ ସେ ନେଇ ଶ୍ରୀ ମନ୍ଦିର, ସମୁଦ୍ର କୂଳ, ପୁରୀର ବିଭିନ୍ନ ପ୍ରବେଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯାଉଛି। ସନ୍ଧିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଇଛି। ସାମୁଦ୍ରିକ ଥାନାକୁ ଆଲର୍ଟରେ ରଖାଯାଇଥିବା ବେଳେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି।

ଏହାସହ ପୁରୀ ସହରରେ ଥିବା ସବୁ ହୋଟେଲ, ଲଜ୍, ଧର୍ମଶାଳାରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ସବୁ ପ୍ରକାର ପ୍ରମାଣପତ୍ର ରଖି ଲୋକଙ୍କୁ ରୁମ୍ ଦେବାକୁ ପୋଲିସ ପକ୍ଷରୁ କୁହାଯାଇଛି। ଯଦି କିଛି ସନ୍ଦେହ ଆସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବାକୁ ସବୁ ହୋଟେଲିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିର ସମେତ ପୁରୀ ସହରରେ 12 ପ୍ଲାଟୁନ୍ ରୁ ଅଧିକ ପୋଲିସ ଫୋର୍ସ ମୁତୟନ ଅଛନ୍ତି।

0 Comments