ଜବଲପୁର: କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ଦିଲ୍ଲୀରୁ ଜବଲପୁରକୁ ଟ୍ରେନରେ ବାହାରିଥିଲେ, କିନ୍ତୁ ମଝି ରାସ୍ତାରେ କେନ୍ଦ୍ରମନ୍ତ୍ରୀ ଟ୍ରେନରୁ ନିଖୋଜ ହୋଇଗଲେ। କେନ୍ଦ୍ରମନ୍ତ୍ରୀ ଜୁଆଲ୍ ଓରାମ କେଉଁଆଡ଼େ ଗଲେ, ତାହା ତାଙ୍କ କର୍ମଚାରୀମାନେ ମଧ୍ୟ ଜାଣି ନଥିଲେ। ଯେତେବେଳେ ଷ୍ଟାଫ୍ ମନ୍ତ୍ରୀଙ୍କ ନିଖୋଜ ବିଷୟରେ ସୂଚନା ପାଇଲେ, ସେମାନେ ତାଙ୍କୁ ଖୋଜିବା ଆରମ୍ଭ କଲେ। ଏହାପରେ ମନ୍ତ୍ରୀ ଜୁଏଲ ଓରାମଙ୍କୁ ୧୬୨ କିଲୋମିଟର ଦୂର ସିରୋହା ରେଳ ଷ୍ଟେସନରେ ଅନ

୍ୟ ଏକ ଟ୍ରେନରେ ଦେଖିବାକୁ ମିଳିଥିଲା।

ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଆଲ ଓରାମ ଗୋଣ୍ଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଇଥିଲେ। କିନ୍ତୁ ହଠାତ୍ ମଝି ରାସ୍ତାରେ ସେ ତାଙ୍କ ସିଟ୍‌ରୁ ନିଖୋଜ ହୋଇଯାଇଥିଲେ। ଦାମୋହରେ ଏହି ସୂଚନା ମିଳିବା ପରେ ରେଳବାଇରେ ହଇଚଇ ସୃଷ୍ଟି ହୋଇଥିଲା। ସମସ୍ତ ଟ୍ରେନରେ ତଦନ୍ତ ଆରମ୍ଭ ହୋଇଥିଲା। ମନ୍ତ୍ରୀଙ୍କ ଫଟୋ ରେଳ କର୍ମଚାରୀମାନଙ୍କୁ ଦିଆଯାଇଥିଲା ଏବଂ ସମସ୍ତେ ଟ୍ରେନ୍ ଏବଂ ନିକଟବର୍ତ୍ତୀ ଷ୍ଟେସନଗୁଡ଼ିକରେ ଖୋଜିବା ଆରମ୍ଭ କରିଥିଲେ। ଶେଷରେ, 3 ଘଣ୍ଟା ପରେ, ଜବଲପୁରର ସିହୋରା ଷ୍ଟେସନରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର B3 କୋଚରେ ମନ୍ତ୍ରୀ ଜୁଆଲ ଓରାମ ଆହତ ଅବସ୍ଥାରେ ମିଳିଥିଲେ।

ଏସବୁ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ Xରେ ଏକ ପୋଷ୍ଟ କରି ସମସ୍ତଙ୍କୁ ସୂଚିତ କରାଇଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଯୋଜନାଗୁଡ଼ିକୁ ଚୂଡ଼ାନ୍ତ କରିବା ପାଇଁ ମୋ ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକର ମୁଁ ଅଧ୍ୟକ୍ଷତା କରୁଛି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ମୁଁ ମୋର କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ତେବେ ପ୍ରଚାରିତ ହେଉଥିବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ସମସ୍ତଙ୍କୁ ତଥ୍ୟ ଉପରେ ଧ୍ୟାନ ଦେବାକୁ ଏବଂ ଭୁଲ ସୂଚନାରେ ନ ପଡ଼ିବାକୁ ଅନୁରୋଧ କରୁଛି ବୋଲି ମନ୍ତ୍ରୀ ଜୁଏଲ ଓରାମ ଉଲ୍ଲେଖ କରିଛନ୍ତି।

ଏହି ମାମଲାରେ, ଜବଲପୁରର ବରିଷ୍ଠ ଡିସିଏମ ଡାକ୍ତର ମଧୁର ବର୍ମା କହିଛନ୍ତି ଯେ "ଏହି ସୂଚନା ପାଇବା ମାତ୍ରେ, ଆମେ ତୁରନ୍ତ ଆମର କର୍ମଚାରୀମାନଙ୍କୁ ସକ୍ରିୟ କରିଥିଲୁ ଏବଂ ସମ୍ପର୍କ କ୍ରାନ୍ତିର ଟିସି ମନ୍ତ୍ରୀଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ଜଣାଇ ଦେଇଥିଲେ। ସେ କହିଥିଲେ ଯେ, ସମ୍ପର୍କ କ୍ରାନ୍ତିରେ ଚଢ଼ିବା ସମୟରେ ମନ୍ତ୍ରୀଙ୍କ ପାଦ ଖସିଯାଇଥିଲା। ଏହି କାରଣରୁ ସେ ମଧ୍ୟ ଆହତ ହୋଇଥିଲେ। ତଥାପି, ପ୍ରାଥମିକ ଚିକିତ୍ସା ପରେ, ମନ୍ତ୍ରୀଙ୍କୁ ଜବଲପୁର ଅଣାଯାଇଥିଲା। ତାଙ୍କ ହାତରେ ଏବଂ ଗୋଡରେ ସାମାନ୍ୟ ଆଘାତ ଲାଗିଛି।"

0 Comments