ପାଟଣା:(ବିଜୟ ମହାନ୍ତ);କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତର ମହିଷାମୁଣ୍ଡି ଓ ଅଣାଢ଼ିଆ ଗ୍ରାମର ଚାଷୀ ମାନଙ୍କୁ କୃଷି ବିଭାଗ ପକ୍ଷରୁ ଶୋଲା ଓ ମୁଗ ବିହନ ବଣ୍ଟନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୃଷି ଅଧୀଦର୍ଶକ ଦମୟନ୍ତୀ ମହାନ୍ତ ଯୋଗ ଦେଇ ଚାଷୀମାନଙ୍କୁ ଶୋଲା ଓ ମୁଗ ବିହନ ବଣ୍ଟନ କରିଥିଲେ। ଅଣାଡିହା ଗ୍ରାମର ୧୦ ହେକ୍ଟର ଚାଷ ଜମି ପାଇଁ ମୁଗ ଓ ଶୋଲା ବିହନ
ବଣ୍ଟନ କରାଯାଇଥିବା ବେଳେ ମହିସାମୁଣ୍ଡି ଗ୍ରାମରେ ୧୦ ହେକ୍ଟର ଚାଷ ଜମି ପାଇଁ ଶୋଲା ବିହନ ବଣ୍ଟନ କରାଯାଇଥିଲା।ଦୁଇ ଗ୍ରାମର ସମୁଦାୟ ୬୦ ଜଣ ଚାଷୀଙ୍କୁ ମାଗଣାରେ ବିହନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୃଷି ମିତ୍ର ରଶ୍ମି ରେଖା ମହାପାତ୍ର,ସିଆର୍ପି ଚନ୍ଦ୍ରିକା ଦାଶ୍, ଗ୍ରାମ ସାଥି ସୁକାନ୍ତି ମହାନ୍ତ,କୃଷକ ସାଥି ହେମତ ପାତ୍ର, ୱାଡ୍ ମେମ୍ବର ରଇବାରି ମହାନ୍ତ, ପ୍ରମଖ ଉପସ୍ଥିତ ଥିଲେ।