ବିଜୟ ମହାନ୍ତ (ପାଟଣା):ଅଯୋଧ୍ୟାରେ ଚଳିତ ମାସ ୨୨ତାରିଖରେ ହେବାକୁ ଥିବା ରାମ ମନ୍ଦିର ଙ୍କ ପତିଷ୍ଠା ଉପଲକ୍ଷେ କେନ୍ଦୁଝର ଜିଲ୍ଲାର କଣ୍ଟିଆପଡ଼ା,ଚେମେଣା ଗ୍ରାମ ପଞ୍ଚାୟତ, ଚିନାବାଳିପଶି ପଞ୍ଚାୟତର କେତାଙ୍ଗ ଗ୍ରାମ ଓ ମୂଷାଖରୀ ପଞ୍ଚାୟତ ମଲ୍ଲିପଶି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ ଏକ ମହାଯଜ୍ଞ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା।ଏଥିରେ ପୂଜକ ଭାବେ କୁଳମଣି ଷଡଙ୍ଗୀ ଏବଂ କର୍ତ୍ତା ପାର୍ଥ ସାରଥୀ ବେଜ୍, ଦାୟିତ୍ୱ ନିଭାଇ ଥିଲେ। ଏହି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ବିଶ୍ୱ ହିନ୍ଦୁ ପରିଷଦ ଉପସଭାପତି କୃଷ୍ଣଚନ୍ଦ୍ର ମହାନ୍ତ, ସମ୍ପାଦକ ଡମ୍ବୁଧର ମହାନ୍ତ,ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅଖିଳ ଚନ୍ଦ୍ର ନାଏକ ,ମୂଷାଖରୀ ସ
ପଞ୍ଚ ଭାମାମଣି ଦାଶ୍,ସାମିଲ ହୋଇଥିଲେ। ପରେ ଜଗନ୍ନାଥ ମନ୍ଦିରରୁ ଏକ ସଂକୀର୍ତ୍ତନ ଦଳ କଳସ ଯାତ୍ରାରେ ବହୁ ସଂଖ୍ୟାରେ ହିନ୍ଦୁ ଓ ସନାତନ ପ୍ରେମୀ ଶ୍ରୀରାମ ଙ୍କ ଫୋଟ ଏବଂ କୁନି କୁନି ପିଲା ମାନେ ରାମ ଲକ୍ଷ୍ମଣ ସୀତା ବେଶରେ ଗାଁ ବୁଲି ପରିକ୍ରମା କରି ମନ୍ଦିର କୁ ଫେରିଥିଲେ। ୬ଟି ପଞ୍ଚାୟତର କାର୍ଯ୍ୟକର୍ତ୍ତା ଙ୍କୁ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା। ଜୟ ଶ୍ରୀ ରାମ ନାମରେ ଗାଁ ପ୍ରକମ୍ପିତ ହୋଇ ଉଠିଥିଲା । ରାମ ସଂକୃତିମୟ ଓ ଭକ୍ତି ମୟ ପରିବେଶ ହୋଇ ଉଠିଥିଲା। ପରେ କମିଟି ପକ୍ଷରୁ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ରାମ ଭକ୍ତ ମାନେ ଶତାଧିକ ମହିଳା ମାନେ ଯୋଗ ଦେଇ ଅକ୍ଷତ କଳସ ବଣ୍ଟନ ରେ ସାମିଲ ହୋଇଥିଲେ ।