ଭୁବନେଶ୍ୱର: ବଣ ଭୋଜି କରୁଥିଲେ ସାବଧାନ। ପ୍ରଦୂଷଣ କଲେ ହେବ ବଡ ଆକ୍ସନ। ବଣଭୋଜି ଉପରେ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ନଜର ରଖିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଉଛି । ଆ

ଜି ଓଡ଼ିଶାରେ ୫ ସହରରେ ରହିଛି AQI ୩୦୦ ଉପରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ମନ୍ତ୍ରୀ ଏପରି ଚେତାବନୀ ଦେଇଛନ୍ତି।

ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ରାଜ୍ୟରେ ପ୍ରଦୂଷଣର ମାତ୍ର ଅଧିକ ରହୁଛି । ଏକାଧିକ ସହରରେ ୩୦୦ ଉପରେ ରହିଛି AQI । ଏହାକୁ ଆଖି ଆଗରେ ରଖି ବିଭାଗୀୟ ଅଧିକାରୀ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଚିଠି କରିଛନ୍ତି । ବିଶେଷ ଭାବରେ ବିଭାଗ ଏକ ସ୍ୱତନ୍ତ୍ର ବଜେଟ ରଖିବାକୁ ଚାହୁଁଛି, ଯାହା ଆଗରୁ ନଥିଲା । ବିଭାଗର ଏକ ସ୍ୱତନ୍ତ୍ର ଟିମ ଏ ନେଇ କାମ କରିବ । ଏଥିପାଇଁ ବିଭାଗ ବିଚାର କରୁଛି । ବର୍ତ୍ତମାନ ସମୟରେ କେତେକ ଶିଳ୍ପ ସଂସ୍ଥା ନିଜସ୍ୱ ପ୍ରଦୂଷଣ ମାପଯନ୍ତ୍ର ରଖିଛନ୍ତି । ସରକାରଙ୍କ ପକ୍ଷରୁ ସବୁ ସ୍ଥାନରେ ପ୍ରଦୂଷଣ ମାପଯନ୍ତ୍ର ରଖାଯାଇ ନାହିଁ । ଯେଉଁ କେତେକ ସ୍ଥାନରେ ରଖାଯାଇଛି ତାହା ଅନେକ ସ୍ଥାନରେ କାମ କରୁନାହିଁ । ତେଣୁ କିଭଳି ସବୁ ଜାଗାରେ ଏହି ମାପଯନ୍ତ୍ର ଲଗାଯିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୂଷଣ କଣ୍ଟ୍ରୋଲ କରିବା ପାଇଁ ଏନଜିଟିଏ (National Green Tribunal ) ଗୁରୁତ୍ୱ ଦେଉଛି । କିନ୍ତୁ ରାଜ୍ୟ ସରକାର ଏନେଇ ନିଜସ୍ୱ ବଜେଟରେ କିଭଳି ଭାବରେ ପ୍ରଦୂଷଣ ମୁକ୍ତ କରିପାରିବ ସେନେଇ ବ୍ୟବସ୍ଥା କରିବା ଉଚିତ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ, ପିକନିକ କରିବାକୁ ଯାଉଥିବା ଲୋକମାନେ କିଭଳି ପ୍ଲାଷ୍ଟିକ ବର୍ଜନ କରିବେ ସେନେଇ ବ୍ୟବସ୍ଥା କରାଯାଉଛି । ଏନେଇ ମନିଟରିଂ କରାଯାଉଛି । ପିକନିକ ସ୍ପଟକୁ ପ୍ରଦୂଷଣ କରନ୍ତୁ ନାହିଁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି । ଏନେଇ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଓ ପରିବହନ ବିଭାଗକୁ ଚେକିଂ କରିବା ପାଇଁ କୁହାଯାଇଛି ।


0 Comments