ଢେଙ୍କିକୋଟ (ତପନ ବେହେରା) ଦୈନିକ କାଳାନ୍ତର ଓ ଦୈନିକ ରାଷ୍ଟ୍ରଦୂତର ପ୍ରତିଷ୍ଠାତା ସମ୍ପାଦକ, ଉତ୍ତର ଓଡିଶା ସାହିତ୍ୟ ସଂସୃତି ସମ୍ମେଳନ ର ପ୍ରତିଷ୍ଠାତା ସଭାପତି ତଥା ଜଣେ କବି, ସୁସାହିତ୍ୟିକ ଓ ସଂଗଠକ ଭାବେ ସୁପରିଚିତ ଉତ୍ତର ଓଡିଶାର ଗର୍ବ ଓ ଗୌରବ ସଂସ୍କୃତି ସାରଥୀ ଉତ୍କଳଭୂଷଣ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ୯୧ ତମ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତି ଅବସରରେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ଦୈନିକ କାଳାନ୍ତର ର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ, ଉତ୍ତର ଓଡିଶା ସାହିତ୍ୟ ସାଂସ୍କୃତିକ ସମ୍ମେଳନ ର ସଭାପତି ନୃସିଂହ ନାଥ ସିଂହ ଓ ସଧାରଣ ସମ୍ପାଦକ ସୁସାହିତ୍ୟିକ ଡକ୍ଟର ଭାଗବତ ଲେଙ୍କା ଜନ୍ମ ଜୟନ୍ତୀ କାର୍ଯକ୍ରମ ରେ ସାଂସଦ ଶ୍ରୀ ନାୟକ ଙ୍କୁ ସ୍ମୃତି ସମ୍ମାନ ମାନପତ୍ର ସହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କାର୍ଯକ୍ରମରେ ମୁଖ୍ୟଅତିଥି ଥିବା ସାଂସଦ ଶ୍ରୀ ନାୟକ ସାହିତ୍ୟିକ ଓ ସମାଜ ସେବା ରେ ବ୍ରତୀ ଥିବା ବ୍ୟକ୍ତିମାନଙ୍କ ର ନିଷ୍ଠା ଓ ପ୍ରଚେଷ୍ଟା ସଧାରଣ ଜନତାଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରିପାରିବ ବୋଲି ମତ ରଖିଥିଲେ । ଢେଙ୍କିକ
ୋଟ ସ୍ବାଗତ ଫାଉଣ୍ଡେସନ
ସଭା କକ୍ଷରେ ଉତ୍ତର ଓଡିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ଶ୍ରୀ ସିଂହ ଙ୍କ ସଂଯୋଜନାରେ ଓ କାଳାନ୍ତର ମୁଖ୍ୟ ସମ୍ପାଦକ ସୋମ୍ୟକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ ଙ୍କ ୯୧ ତମ ଜନ୍ମ ଜୟନ୍ତୀ ସଭାରେ ମୁଖ୍ୟଅତିଥି ସାଂସଦ ଶ୍ରୀ ନାୟକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ,ବିଜେପି ରାଜ୍ୟ ସମ୍ପାଦିକା ମମତା ସିଂ ଓ ମୁଖ୍ୟ ବକ୍ତା ଭାବେ ଭାଗବତ ଲେଙ୍କା ଯୋଗ ଦେଇ ରାୟଶ୍ରୀ ବ୍ୟକ୍ତିତ୍ଵ, ଭାଷା ଆନ୍ଦୋଳନ , ଅଲିଚିକି ଲିପିର ପ୍ରସାର ଠାରୁ ଆରମ୍ଭ କରି ତାଙ୍କ କର୍ମମୟ ଜୀବନ ଉପରେ ସ୍ମୃତି ଚାରଣ କରିଥିଲେ । କବି ଗଟିକୃଷ୍ନ ଦଳେଇ, ଗୋଲଖ ଚନ୍ଦ୍ର ବେହେରା ଓ ଜୀତେନ୍ଦ୍ର ପାତ୍ର ପ୍ରମୁଖ କବିତା ଅର୍ଘ୍ୟ ଅର୍ପଣ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ବିଶ୍ବରଂଜନ ପୃଷ୍ଟୀ, ନୀଳମଣି ମଣ୍ଡଳ, ମହେଶ୍ଵର ସାହୁ, କିଶୋର ବାରିକ ଙ୍କ ସହ ବଣିକ ସଂଘ ସଭାପତି ରାଜକିଶୋର ସାହୁ, ଅମର ସିଂ, ମକରଧୂଜ ସାହୁ , ବିରେନ୍ଦ୍ର ସିଦ୍ଧୁ , ଶିବନାଥ ପ୍ରଧାନ , ତ୍ରିଲୋଚନ ମହାନ୍ତ , ଚିତ୍ତରଞ୍ଜନ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବୁଦ୍ଧିଜିବୀ କାର୍ଯକ୍ରମ ରେ ସାମିଲ ଥିଲେ ।