ess: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 18px;">ନୂଆଦିଲ୍ଲୀ:
ସୁପର ସଣ୍ଡେରେ ସୁପର ସୋ । ଗୋଟିଏ ଦିନରେ ଦୁଇଟି ବିଶ୍ବକପ ଜିତିଲା ଭାରତ । ଖୋ ଖୋ ବିଶ୍ବକପରେ ଇତିହାସ ରଚିଲା ଇଣ୍ଡିଆ । ପ୍ରଥମ ସଂସ୍କରଣରେ ବିଶ୍ବ ବିଜୟୀ ହେଲା ଭାରତୀୟ ମହିଳା ଓ ପୁରୁଷ ଖୋ ଖୋ ଦଳ । ଫାଇନାଲରେ ନେପାଳକୁ 54-36ରେ ପରାସ୍ତ କରି ବିଶ୍ବ ବିଜୟୀ ହୋଇଛି ମେନ ଇନ ବ୍ଲୁ । ସେହିପରି ମହିଳା ବିଭାଗରେ ନାପଳକୁ 78-40ରେ ହରାଇ ବିଜୟୀ ହୋଇଛି ଭାରତୀୟ ମହିଳା ଖୋ ଖୋ ଟିମ୍ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଚଳିତ ଥର ପ୍ରଥମ ଥର ପାଇଁ ଖୋ କୋ ବିଶ୍ବକପର ଆୟୋଜନ କରାଯାଇଥିଲା ।