କେନ୍ଦୁଝର :-କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତଥା କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ତରଫରୁ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି, କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଂପାଦକ , ଶିରିଡ଼ି ସାଇବାବା ମନ୍ଦିରର ମୁଖ୍ୟ ତତ୍ତ୍ୱାବଧାରକ ତଥା ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ମୁଖ୍ୟ ସହଯୋଗୀ ଶ୍ରୀ ପ୍ରଦୀପ କୁମାର ବାରିକ ଏବଂ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସାଂସ୍କୃତିକ ବିଭାଗ ଜିଲ୍ଲା ସଂଯୋଜକ, ଯୋଡା ବ୍ଲକ ଯାଦବ ସମିତି ସଭାପତି ତଥା ଯୋଡା ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଶ୍ରୀ ଦଶରଥ ବାରିକଙ୍କୁ ପୁଷ୍ପ ଗୁଚ୍ଛ ତଥା ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଗଲା।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ତଥା ଜିଲ୍ଲା ଯାଦବ ମହାସଭା ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା। ଯାଦବ ମହାସଭା ତରଫରୁ ଉପଦେଷ୍ଟା କ୍ଷେତ୍ରବାସୀ ମହାକୁଡ, ଉପସଭାପତି ସୁମନ୍ତ ଗିରି , ମୁଖ୍ୟ ସଂଗଠନ ସମ୍ପାଦକ ପ୍ରଫୁଲ୍ଲ କୁମାର ପ୍ରଧାନ , କାର୍ଯ୍ୟକାରୀ ସମ୍ପାଦକ ଅକ୍ଷ
କୁମାର ଦାସ , କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାକୁଡ, ବରିଷ୍ଠ ଯାଦବ ନିରଞ୍ଜନ ବାରିକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁରତି ଘଣା,ଘଟଗାଁ ବ୍ଲକ ସଂଗଠନ ସମ୍ପାଦକ ରମାକାନ୍ତ ପ୍ରଧାନ, ଝୁମ୍ପୁରା ବ୍ଲକ ସଂଗଠନ ସମ୍ପାଦକ କୁଞ୍ଜବିହାରୀ ପ୍ରଧାନ, ସଦର ବ୍ଲକ କାର୍ଯ୍ୟକାରୀ ସଭାପତି ଦେଵବ୍ରତ ଗିରି,କେନ୍ଦୁଝର ଗଡ ପୌରାଞ୍ଚଳ ସଭାପତି ଅଜୟ କୁମାର ଦାସ,ପାଟଣା ବ୍ଲକ ସମ୍ପାଦକ ରଞ୍ଜନ କୁମାର ବାରିକ, ହରିଚନ୍ଦନପୁର ବ୍ଲକ ସଭାପତି ଶୁକଦେବ ମହାକୁଡ ଏବଂ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ପକ୍ଷରୁ ଉପଦେଷ୍ଟା ଭଜ ବେହେରା,ରବୀନ୍ଦ୍ର ପାଢୀ, ଉପସଭାପତି ଖଗେଶ୍ବର ମହାନ୍ତ, ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା , ସଂସ୍କୃତି ବିଭାଗ ସଂଯୋଜକ ପୁରୁଷୋତ୍ତମ ଜେନା,ସଦର ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।ଏତଦବ୍ୟତୀତ ଯାଦବ ମହାସଭାର ସଞ୍ଜୁ ଦାସ, ନନ୍ଦିନୀ ମହାକୁଡ, ଗକୁଳ ଗିରି,ଅର୍ଜୁନ ବାରିକ ଓ ଅମରେନ୍ଦ୍ର ଗିରି ଏବଂ ଭାଗବତ ପ୍ରଚାର ପ୍ରସାର ସମିତିର ଆକୁଳି ଚକ୍ର,ଆଖଣ୍ଡଳ ମହାକୁଡ ଓ କୌତୁକ ପ୍ରଧାନ ପ୍ରମୁଖ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ ।