ଭୁବନେଶ୍ବର: ଏଥର ସଅଳ ଆସିପାରେ ମୌସୁମୀ । ମେ' ୨୭ ତାରିଖ ସୁଦ୍ଧା କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୨୭ ମେ' ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡକୁ କେରଳ ନିକଟରେ ଛୁଇଁବା ସମ୍ଭାବନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ସ୍ୱାଭାବିକ ସମୟ ଠାରୁ କିଛି ଦିନ ପୂର୍ବରୁ ଆଗୁଆ ଆସି ଆଣ୍ଡାମାନ ଛୁଇଁବ ମୌସୁମୀ । ସ୍ୱାଭାବିକ ରୂପରେ ପ୍ରତିବର୍ଷ ମେ' ୨୦ ରୁ ୨୨ ମଧ୍ୟରେ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି ଭାରତର ମୁଖ୍ୟ ଭୂଖଣ୍ଡକୁ କେରଳ ନିକଟରେ ୧ ଜୁନ ପାଖାପାଖି ଆସି ପହଞ୍ଚିଥାଏ ମୌସୁମୀ । କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡିଶାକୁ ଅଗ୍ରସର ହୋଇଥାଏ । ଚଳିତ ବର୍ଷ ଜୁନରୁ ସେପ୍ଟେମର ମୌସୁମୀ ଋତୁରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସେପଟେ ରାଜ୍ୟରେ ବର୍ତ୍ତମାନ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆହୁରି ଜଳିବ ସାରା ଓଡିଶା । ଅସମ୍ଭାଳ ତାତି ଓ ଅସହ୍ୟ ଗୁଳୁଗୁଳିକୁ ନେଇ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବାର ସମ୍ଭାବନା ଥିବା ବେଳେ ୪୪ ଡିଗ୍ର
ଟପିପାରେ ତାପମାତ୍ରା । ୧୩ରୁ ୧୫ ତାରିଖ ୩ ଦିନ ପାଇଁ ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ । ୧୩ ତାରିଖରେ ଉପକୂଳ ଓଡିଶା ଓ ଏହାର ପାଶ୍ୱବର୍ତୀ ୯ ଜିଲ୍ଳାକୁ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପର ଆସନ୍ତାକାଲି ଉପକୂଳ ଓଡ଼ିଶାର ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା ,ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୧୩ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ୧୪ ତାରିଖରେ ୧୩ ଓ ୧୫ ତାରିଖରେ ୧୪ ଜିଲ୍ଲାକୁ ହିଟ ୱେଭ ସହ ଉଷ୍ମ ଓ ଆର୍ଦ୍ର ସ୍ଥିତିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।