backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ନୂଆଦିଲ୍ଲୀ:
ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 4 ବିଶିଷ୍ଟ କ୍ରୀଡାବିତ୍ ପାଇବେ ଜାତୀୟ କ୍ରୀଡ଼ା ପୁରସ୍କାର ତଥା ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ-୨୦୨୪’ । ବିଶ୍ଵ ଚେସ୍ ଚମ୍ପିଆନ୍ ଡି.ଗୁକେଶ, ଅଲିମ୍ପିକ୍ସ ଶୁଟର ମନୁ ଭାକର, ହକି ଖେଳାଳି ହରମନପ୍ରୀତ ସିଂ ଓ ପାରା-ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ପାଇଁ ମନୋନୀତ କରିଛନ୍ତି କେନ୍ଦ୍ର ସରକାର । ଆଜି(ଗୁରୁବାର) କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏହି ଘୋଷଣା କରିଛି । 17 ତାରିଖରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଠାରୁ ଏହି 4 ବିଶିଷ୍ଟ କ୍ରୀଡାବିତ ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ଗ୍ରହଣ କରିବେ ।
ସେହିପରି ଏହି ସର୍ବୋଚ୍ଚ ସମ୍ମାନ ସହ ବର୍ଷ-2024 ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମଧ୍ୟ ଘୋଷଣା କରିଛି କ୍ରୀଡା ମନ୍ତ୍ରଣାଳୟ । 17 ପାରା-ଆଥଲେଟ୍ସଙ୍କ ସମେତ ବିଭିନ୍ନ ବର୍ଗରୁ ମୋଟ 32 କ୍ରୀଡାବିତ୍ ଏହି ସମ୍ମାନରେ ସମ୍ମାନିତ ହେବାକୁ ମନୋନୀତ ହୋଇଛନ୍ତି ।