ଭୁବନେଶ୍ବର: ଆଜିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ । କମିବ ବର୍ଷା, ବଢିବ ତାତି । ଆଭ୍ୟନ୍ତରିଣ ଓଡ଼ିଶାରେ ଆଜି 5ରୁ 6ଡିଗ୍ରୀ ପର୍ଯ୍ୟନ୍ତ ତାପାମାତ୍ରା ବଢିବା ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ତାପମାତ୍ରା ସ୍ବଭାବିକ ଠାରୁ 2ରୁ 3ଡିଗ୍ରୀ କମିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପାଗରେ ପରିବର୍ତ୍ତନ
ୋଇଥିଲେ ବି ଥଣ୍ଡା ପବନ ବଦଳରେ ଗୁଳୁୁଗୁଳି ଅନୁଭୂତ ହେବ ।
କିଛି ଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲା । ଆଜିଠାରୁ କିନ୍ତୁ ପାଗରେ ପରିବର୍ତ୍ତନ ହୋଇଛି । ଆଜି ରାଜ୍ୟର କୌଣସି ସ୍ଥାନରେ ବର୍ଷା ହେବାର ସମ୍ଭାବନା ନାହିଁ । ଆସନ୍ତାକାଲି କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କୋରାପୁଟ, ମାନଲକାନଗିରି, ନବରଙ୍ଗପୁରରେ ବର୍ଷା ସହ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ରହିଛି । ଏହି ସମୟରେ 30ରୁ 40 କିମି ବେଗରେ ଝଟକା ପବନ ଅନୁଭୂତ ହେବ । ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତା 3 ତାରିଖରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ରାୟଗଡା, ଗଡପତି, କୋରାପୁଚ, ମାଲକାନଗିରି, ସୁନ୍ଦରଗଡ,ମୟୂରଭଞ୍ଜ, କେନ୍ଦୂଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସାମାନ୍ୟ ବର୍ଷା ସାଙ୍ଗକୁ ଘଡଘଡି ଓ ବିଜୁଳି ହେବାର ସମ୍ଭାବନା ରହିଥିବାରୁ ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି ।
ରାଜ୍ୟରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବଡ଼ ଧରଣର ବର୍ଷା ସମ୍ଭାବନା ବର୍ତ୍ତମାନ ସୁଧା ନାହିଁ । ଆଗକୁ ମୌସୁମୀ ଜନିତ ବର୍ଷା କେତକ ସ୍ଥାନରେ ଦେଖିବାକୁ ମିଳିବ। ଗତ 24 ଘଣ୍ଟାରେ ସବୁଠୁ ଅଧିକ ତାପମାତ୍ରା ଝାରୁସୁଗୁଡାରେ ରେକର୍ଡ ହୋଇଛି । ଦିନର ସର୍ବାଧିକ ତାପମାତ୍ରା 37 ଡିଗ୍ରୀ ରହିଥିଲା । ସେହିପରି ସର୍ବନିମ୍ନ ତାପମାତ୍ରା ନବରଙ୍ଗପୁରରେ 21.5ଡିଗ୍ରି ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱର ରେ 36.5 ଡିଗ୍ରୀ ଓ କଟକରେ 35.5 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଜଗତସିଂହପୁରର ବିରିଡ଼ିରେ ସର୍ବାଧିକ 94 ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମରେ 20.4ମିମି ବର୍ଷା ରେକର୍ଡ ହୋଇଛି।