ଭୁବନେଶ୍ବର: ଖଣି କାରବାର ମାମଲାରେ ଲାଞ୍ଚ କାରବାର । 20 ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡିଲେ ED ଅଫିସର । ଭୁବନେଶ୍ୱର ସ୍ଥିତ EDର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ । ଲାଞ୍ଚ କାରବାର ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ସିବିଆଇ ।

ଭୁବନେଶ୍ୱର ଜୋନାଲ ସିବିଆଇ ପକ୍ଷରୁ ସିବିଆଇ ବୁକ୍ ନମ୍ବର ୧୪୦୯ରେ ବିଏନ ଏସ ଧାରା ୧୭୩ରେ ଅନୁସାରେ ଏନେଇ କେସ ନମ୍ବର RC05(A)2025ରେ କେସ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ମେଡିକାଲ ଟେଷ୍ଟ ପରେ ପ୍ରିଭେନସନ ଅଫ କରପସନ୍‌ ଆକ୍ଟରେ ୧୯୮୮ରେ ଭୁବନେଶ୍ୱର କୋର୍ଟକୁ ଚାଲାଣ କରାଯାଇଛି ।

ସିବିଆଇ ପାଖରେ ଅଭିଯୋଗ କରିଥିବା ଖଣି ମାଲିକ ରତିକାନ୍ତ ରାଉତଙ୍କ ଅଭିଯୋଗ ଅନୁସାରେ, ତାଙ୍କର ଏକ ଢେଙ୍କାନାଳରେ ପଥର ଖଣିର ବ୍ୟବସାୟ ରହିଥିଲା‌ । ଯାହାକୁ ନେଇ ଗତ ୨୦୨୪ରେ ତାଙ୍କୁ ଇଡି ପକ୍ଷରୁ ଏକ ସମନ ଆସିଥିଲା । ଜାଣିବାକୁ ପାଇଲେ ତାଙ୍କ ନାମରେ ଏକ କେସ ରେଜିଷ୍ଟର ହୋଇଛି । ଏପରିକି ୮ ଜାନୁଆରୀ ୨୦୨୫ରେ ତାଙ୍କର ଅଫିସରେ ମଧ୍ୟ ଇଡି ରେଡ ହୋଇଥିଲା । ଏନେଇ ପରେ ଗତ ମାର୍ଚ୍ଚ ମାସରେ ସମନ ପାଇଁ ସେ ଇଡି କାର୍ଯ୍ୟାଳୟ ମଧ୍ୟ ଆସିଥିଲେ ।

ସେ ଡେପୁଟି ଡାଇରେକ୍ଟର ଚାମ୍ବରରେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ପରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ଆଉ ଜଣେ ବ୍ୟକ୍ତିଙ୍କ ଜରିଆରେ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଯୋଗାଯୋଗରେ ରହିବାକୁ କୁହାଯାଇଥିଲା । ଯେବେଠୁ ସେହି ତୃତୀୟ ବ୍ୟକ୍ତିଙ୍କ ଜରିଆରେ ଗତ ମେ ମାସ ୨୬ ତାରିଖରେ ସେ ଏକ ହୋଟେଲରେ ଭେଟଘାଟ ହୋଇଥିଲେ । କେସରେ ମୁକାଳିବା ଓ ଅଯଥା ସମନରୁ ବର୍ତ୍ତିବାକୁ ତାଙ୍କୁ ଇଡି ଅଧିକାରୀ ଜଣକ ୫ କୋଟି ଟଙ୍କାର ଲାଞ୍ଚ ମାଗିଥିଲେ‌ ବୋଲି ବ୍ୟକ୍ତି ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

ଫୋନ ଯୋଗେ ସେହି ତୃତୀୟ ବ୍ୟକ୍ତି ଚିନ୍ତନ ରଘୁବଂଶୀ ସହ କଥା କରାଇଥିଲେ‌ । ପରେ ୨ କୋଟି ଦେବା ପାଇଁ ରାଜି ହୋଇଥିଲେ‌ । ଅଗ୍ରୀମ ଭାବେ ୫୦ ଲକ୍ଷ ଟଙ୍କା ଓ ପରେ ଦେବା ପାଇଁ ବିଲ ଅନୁସାରେ । ଗତ ୨୮ମେ’ରେ ତାଙ୍କୁ ଲାଞ୍ଚ ଟଙ୍କା ଦେବା ପାଇଁ ଦାବି କରାଯାଇଥିଲା । ଯାହାକୁ ଆଧାର କରି ସେ ସିବିଆଇକୁ ଜଣାଇବା ପରେ ସିବିଆଇ ପଦକ୍ଷେପ ନେଇଥିଲା ।

ଭୁବନେଶ୍ୱରରେ CBIର ଜଣେ ଅଫିସରଙ୍କ ନେତୃତ୍ବରେ ଏପରି ଲାଞ୍ଚ କାରବାର ଧରପଗଡ ପାଇଁ ପୂର୍ବରୁ ଯୋଜନା ମୁତାବକ ରଙ୍ଗ ମିଶା କେମିକାଲ ଟଙ୍କା ନେଇ ଭୁବନେଶ୍ଵର ନୟାପଲ୍ଲୀ ଇଡି ଅଫିସରେ ଉପନିର୍ଦ୍ଦେଶକଙ୍କୁ ଦେବା ପାଇଁ ଯାଇଥିବା ବେଳେ ସିବିଆଇ ପକ୍ଷରୁ ଧରାଯାଇଥିଲା । ରାତି ୧୧ଟା ସମୟରେ ସିବିଆଇ ଅଧିକାରି ୨୦ ଲକ୍ଷ ଲାଞ୍ଚ ଟଙ୍କା ସହ ଚିନ୍ତନ ରଘୁବଂଶୀକୁ ଗିରଫ କରିଥିଲେ । ଏନେଇ ପ୍ରିଭେନସନ ଅଫ କରପସନ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ଏହି ଘଟଣାରେ ତାଙ୍କ ଘର ସମେତ ଅଫିସ ଓ ଅନେକ ସ୍ଥାନରେ ମଧ୍ୟ ସିବିଆଇ ପକ୍ଷରୁ ରେଡ କରାଯାଇଛି ।

0 Comments