ପୁରୀ: ବିଦାୟୀ ବର୍ଷ-୨୦୨୪ର ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ । ସେପଟେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନବବର୍ଷକୁ ନେଇ ସମସ୍ତଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା । ନବବର୍ଷ ସୁଖ ସମୃଦ୍ଧି ଆଣିଦେଉ ବୋଲି ସମସ୍ତଙ୍କ ଆଶା ରହିଛି । ଏହି ପ

ିପ୍ରେକ୍ଷୀରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଆଗମନ ହେବାରେ ଲାଗିଛି । ରାଜ୍ଯ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ, ପର୍ଯ୍ୟଟକଙ୍କ ଭିଡ ଜମିଛି । ନୂଆବର୍ଷ ମଙ୍ଗଳମୟ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଭକ୍ତ ।

ସେପଟେ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ବ୍ୟାରିକେଡ଼ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ଼ରେ ଫଙ୍ଖା ଲଗାଯାଇଛି । ଭକ୍ତଙ୍କୁ ପାନୀୟ ଜଳ ଯୋଗାଣ ପାଇଁ 30ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସ୍ବେଛାସେବୀଙ୍କୁ ଏଥିପାଇଁ ନିୟୋଜନ କରାଯାଇଛି । ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ନବବର୍ଷ ଅବସରରେ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ବିଳମ୍ବିତ ନ ହୁଏ ସେଥିପାଇଁ ଶ୍ରୀମନ୍ଦିର ଭିତରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଭକ୍ତ ଶୃଙ୍ଖଳିତ ଦର୍ଶନ ସହ ଠାକୁରଙ୍କ ନୀତି କିଭଳି ଭଲରେ ପରିଚାଳନା କରିହେବ ତାହା ଉପରେ ନଜର ରଖିବେ ଏହି ବରିଷ୍ଠ ଅଧିକାରୀ । ଭକ୍ତମାନେ କିଭଳି ଏକ ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ସବୁ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପୁରୀ ଜିଲାପାଳ ସବୁ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଡିସେମ୍ବର 31 ତାରିଖ ରାତି 2 ଟା ପୂର୍ବରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି କରାଯାଇ ନବବର୍ଷ ଦର୍ଶନ ଆରମ୍ଭ ହେବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ତେବେ ଡ଼ିସେମ୍ବର 31 ଓ ଜାନୁଆରୀ 1 ତାରିଖ ଦୁଇ ଦିନ ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିପାରିବେ ।

0 Comments