ଆଜି ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରୁ ହେଲିକ୍ୟାପଟର ଯୋଗେ ଆସି ଦିନ ୧୦.୪୦ ଟା ମିନିଟ ସମୟରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ପହଞ୍ଚି ସେଠାରୁ ସିଧା ସର୍କିଟ ହାଉସ ଯାଇ ବିଶ୍ରାମ ନେଇଥିଲେ । ଏହା ପରେ ଦିନ ୧୧ ଟା ସମୟରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ ତମ ସବ ଜୁନିୟର ବଏଜ ହ୍ୟାଣ୍ଡବଲ ଚମ୍ପିୟାନସିପ ରେ ଯୋଗ ଦେଇଥିଲେ। ତାଙ୍କ ସହ ପାଟଣା ବିଧାୟକ ଡାକ୍ତର ଫକିର ମୋହନ ନାଏକ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଙ୍କୁ ଏଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜୟ ଜଗନ୍ନାଥ ଜୟ ମା ତାରିଣୀ କହି ଖେଳାଳି ଙ୍କୁ ସମ୍ବୋଧନ କରିଥିଲେ । ପରେ ପରେ ହିନ୍ଦିରେ ମଧ୍ୟ ଖେଳାଳୀ ମାନଙ୍କୁ ଅଭିଭାଷଣ ଓ ଶୁଭେଛା ଜଣାଇଥିଲେ | ହ୍ୟାଣ୍ଡବଲ ଖେଳ ପାଇଁ କେନ୍ଦୁଝର ପ୍ରସିଦ୍ଧ ଓ ୧୯୮୦ ରେ ପ୍ରଥମେ ଏଠାରେ ନେସନାଲ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗୀତା ହେଇଥିଲା ଦୀର୍ଘ ୪୫ ବର୍ଷ ପରେ ପୁଣି ଆଜି ଏଠାରେ ଜାତୀୟ ପ୍ରତିଯୋଗିତା ର ସୌଭାଗ୍ୟ ମିଳିଛି ବୋଲି କହିଥିଲେ । ହ୍ୟାଣ୍ଡବଲ ଖେଳ ଆଜି ସମସ୍ତଙ୍କୁ ଏକାଠି କରି ପାରିଚ଼ି । ଏହି ଖେଳର ମୂଲ୍ୟବୋଧକୁ ବୁଝି ଆଗକୁ ବଢ଼ାବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏ ସରକାର କ୍ରୀଡା କୁ ପ୍ରାଧାନ୍ୟ ଦିଆଯାଉଛି । କ୍ରୀଡା କୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗଢ଼ି ତୋଳିବାକୁ ପ୍ରତି ବ୍ଳକରେ ମଧ୍ୟ ଖେଳକୁ ଗୁରୁତ୍ଵ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପ୍ରତି ବ୍ଲକ ରେ ଖେଳ ପଡିଆ ଓ ପଞ୍ଚାୟତ ରେ ମିନି ଷ୍ଟାଡିୟମରେ ହେବ ଓ ଗୋ
ଟିଏ ଗୋଟିଏ ଇନଡୋର ଷ୍ଟାଡିୟମ ମଧ୍ୟ ହେବ । ୧୪ ଟି ଇନଡୋର ସୁଇମିଂ ପୁଲ , ତୀରନ୍ଦାଜ ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏ କେନ୍ଦୁଝରର ହାଣ୍ଡବଲ ପଡିଆ ଏସିଆ ମହାଦେଶର ପ୍ରଥମ ସିସ୍ଥେଟିକ ପଡ଼ିଆ । ଆମ ସରକାର ଖେଳ ସହ ରାଜ୍ୟ ର ବିକାଶ ପାଇଁ ଗୁରୁତ୍ଵ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛି।
ହ୍ୟାଣ୍ଡବଲ ର ଆହୁରୀ ଉନ୍ନତି ସହ ଅନ୍ତର୍ଜାତୀୟ ସ୍ଥରର ଖେଳାଳୀ ପ୍ରସ୍ତୁତ ପାଇଁ ଯାହା ଦରକାର ସରକାର ପ୍ରଦାନ କରିବେ ଏବଂ ସହ ଆସି ଆଲୋଚନା କରି ପାରିବେ ବୋଲି ଆହ୍ୱାନ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଖେଳାଳୀଙ୍କ ସହ ଫଟୋ ଉଠାଇ ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ କାଳୀ ପଡ଼ିଆରେ ଆୟୋଜିତ ତ୍ରିଦିନାତ୍ମକ ୧୧୪ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞରେ ଯୋଗଦେଇଥିଲେ । ସେଠାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୋସେବା କରିବା ସହ ଘାସ ଖୁଆଇ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ବିଶ୍ଵ ଶାନ୍ତି ପାଇଁ ଯଜ୍ଞ କୁଣ୍ଡରେ ଘୃତ ଦେଇ ଯଜ୍ଞ ଆରମ୍ଭ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯଜ୍ଞ ବେଦୀରେ ସାମିଲ ହୋଇଥିବା ସାଧୁସନ୍ଥଙ୍କୁ ବସ୍ତ୍ର ପ୍ରଦାନ କରି ଆଶ୍ରିବାଦ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଯଜ୍ଞ ବେଦୀରେ ପାଇ ସାଧୁସନ୍ଥ ମାନେ ତାଙ୍କୁ ଆଶ୍ରିବାଦ ଦେବା ସହ ରାଜ୍ୟର ମଙ୍ଗଳ ପାଇଁ ତାଙ୍କ ପ୍ରଚେଷ୍ଟାକୁ ସାଧୁବାଦ ଜଣାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରକିଶୋରପୁର ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଓ ନିଜେ ପଢ଼ାଇଥିବା ଝୁମ୍ପୁରା ସରସ୍ଵତୀ ଶିଶୁ ମନ୍ଦିର ୩୭ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ।