n style="font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ଆସନ୍ତା 24 ତାରିଖରେ ସୁଭଦ୍ରା ଟଙ୍କା ମିଳିବ । ଏହି ଥର ମିଶେଇ ଆମେ 80 ଲକ୍ଷ ମହିଳାଙ୍କ ନିକଟରେ ପହଁଚିବୁ ବୋଲି କହିଥିଲୁ । ଏହା ପୂର୍ବରୁ 60 ଲକ୍ଷ 27 ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇଛୁ । ଆସନ୍ତା 24 ତାରିଖରେ 20 ଲକ୍ଷରୁ ଅଧିକ ମହିଳାଙ୍କୁ ସୁନ୍ଦରଗଡ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ଦେବୁ । ଯାଞ୍ଚ ପରେ ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କ ପାଇଁ ଆଜି ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିବ । ସେଥିରୁ କେତେ ଜଣ କ୍ରାଇଟେରିଆ ଭିତରେ ଆସୁଛନ୍ତି, ସୁଭଦ୍ରା ଟଙ୍କା ପାଇବେ । ବାଦ ପଡିଥିବା ସମସ୍ତ ଅଙ୍ଗନୱାଡି କର୍ମୀ ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ।"
ସେହିପରି 5 ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟର ମିସ ମ୍ୟାଚ ଥିଲା । ଗୋଟିଏ ମୋବାଇଲ ନମ୍ବର ସହ ଏକାଧିକ ଆକାଉଣ୍ଟ ଲିଙ୍କ ରହୁଛି । ଫଳରେ ସୁଭଦ୍ରା ଟଙ୍କା ପ୍ରଦାନରେ ସମସ୍ୟା ହେଉଛି । ସିଙ୍ଗଲ ଅକାଉଣ୍ଟ କରିବାକୁ ହିତାଧିକାରୀଙ୍କୁ ଅପିଲ କରୁଛି । ମୋବାଇଲ ନମ୍ବର, ଆଧାର ନମ୍ବର ଓ ଆକାଉଣ୍ଟ ଗୋଟିଏ ହୋଇଥିଲେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ବାଦ ପଡ଼ିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ କ୍ଲିୟର ହୋଇଥିବେ, ସେମାନଙ୍କୁ ଟଙ୍କା ମିଳିବ । ଅନ୍ୟାନ୍ୟ ସମସ୍ୟା ଥିଲେ ଫିଜିକାଲ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସୋସିଆଲ ମିଡିଆ 'ଏକ୍ସ'ରେ ଏନେଇ ଉପମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଡିସେମ୍ବର ସୁଦ୍ଧା 1 କୋଟି ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ । ଆଗାମୀ ଦିନରେ ପ୍ରଦାନ ହେବାକୁ ଥିବା ତୃତୀୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କର ଆବେଦନ ପତ୍ର ଯାଞ୍ଚ ସରିଛି । ନଭେମ୍ବର 24ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ 20 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ।"