କଟକ: ମାଓବାଦୀଙ୍କୁ ଅପିଲ୍ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ । ହିଂସାର ରାସ୍ତା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । ଓଡିଶାରେ ମାଓବାଦୀ ମୁକାବିଲା ଅଭିଯାନ ନିର୍ଦ୍ଧାରିତ ଯୋଜନା ଚାଲିଛି । ଆସନ୍ତା 2026 ମସିହା ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳୋତ୍
ାଟନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଯେଉଁ ଆହ୍ବାନ ଦେଇଛନ୍ତି ତାହା ଓଡିଶାରେ ମଧ୍ୟ ରୂପାନ୍ତରିତ ହେବ ବୋଲି କହିଛିନ୍ତି ଡିଜିପି ।
ଆଜି କଟକରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୫ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହେବା ଅବସରରେ ଏହା କହିଛନ୍ତି ଡିଜିପି । ଏହି ଅବସରରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ରହି ଅମର ଶହୀଦ ଯବାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରିଛନ୍ତି ।
ଚଳିତ ବର୍ଷ ସାରା ଭାରତରେ ୨୧୬ ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଓଡ଼ିଶା ପୋଲିସରେ କାର୍ଯ୍ୟରତ 2 ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ସେମାନେ ହେଲେ କନଷ୍ଟେବଳ ପ୍ରଦୀପ କୁମାର ମଲ୍ଲିକ ଓ ହିମାଂଶୁ ଶେଖର ରଥ । ସେମାନଙ୍କ ପରିବାର ଲୋକଙ୍କୁ ଭେଟି ସାନ୍ତ୍ବନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।
ମାଓ ହିଂସା ବର୍ତ୍ତମାନ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି । ରାଜ୍ୟ ପୋଲିସ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିଛି । ଯଦିଓ ଭାରତରେ ଏହି ସମସ୍ୟା ଦେଖା ଦେଇଛି ମାତ୍ର ଓଡିଶାରେ ଏହା ନିୟନ୍ତ୍ରଣରେ ରହିଛି । ମାଓ ଉପରେ ପୋଲିସ କଡା ନଜର ରଖିଛି । ତେବେ ଆଜି ମାଓବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜି ଆହ୍ବାନ କରିବା ସହ ହିଂସା ନ କରିବାକୁ ଡିଜି ଅପିଲ କରିଛନ୍ତି । ଆଜି ପୋଲିସ ଶହୀଦ ଦିବସ ଅବସରରେ କହିଛନ୍ତି ଡିଜିପି । ସେହିପରି ସହିଦ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଡିଜିପି । ବିଶେଷକରି ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ମୁଖ୍ୟ ସମସ୍ୟା ଗୁଡିକର ସମାଧାନ କରିବାକୁ ଡିଜି ସାନ୍ତ୍ବନା ଦେଇଥିଲେ ।