ରାଞ୍ଚି: ଆଉ ଦିନକ ପରେ ଝାଡଖଣ୍ଡରେ ପଡ଼ିବ ଭୋଟ । ଆସନ୍ତା ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ

୍ରହଣ ଥିବାବେଳେ ଶେଷ ଦିନରେ ଜମିଛି ପ୍ରଚାର । ଆଜି ଦିନିକିଆ ଝାଡଖଣ୍ଡ ଗସ୍ତ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଷଢେଇକଳାରେ ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରିଛନ୍ତି ।

ଆସନ୍ତା ୧୩ତାରିଖରେ ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଆଜି ଶେଷ ଦିନରେ ଜମିଛି ପ୍ରଚାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ବିଟରେ ଉଲ୍ଲେଖ କରିଛନ୍ତି, "ଜନସଭାରେ ଲୋକଙ୍କ ଉତ୍ସାହ ଦର୍ଶାଉଛି ଏଥର ଝାଡଖଣ୍ଡରେ ମଧ୍ୟ ପଦ୍ମ ଫୁଟିବ ।"

ମୋହନ ଚରଣ ମାଝୀ ଆହୁରି କହିଛନ୍ତି, "ଆଉ ୧୨ ଦିନ ପରେ ଦୁର୍ନୀତିଗ୍ରସ୍ତ JMM ସରକାରକୁ ବାଏ ବାଏ କରିବେ ଝାଡଖଣ୍ଡବାସୀ । ନଭେମ୍ବର ୨୩ରେ ଝାଡ଼ଖଣ୍ଡବାସୀ ନୂଆ ସକାଳ ଦେଖିବେ । ଓଡ଼ିଶାବାସୀ ଯେମିତି ଡବଲ ଇଞ୍ଜିନ ସରକାର ଦ୍ବାରା ଉପକୃତ ହେଉଛନ୍ତି ଝାଡ଼ଖଣ୍ଡବାସୀ ମଧ୍ୟ ଠିକ ସେମିତି ଉପକୃତ ହେବେ ।"

ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ (ନଭେମ୍ବର 13)ରେ 43ଟି ସିଟରେ ମତଦାନ ହେବାକୁ ଯାଉଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ(ନଭେମ୍ବର 20)ରେ 38ଟି ଆସନରେ ମତଦାନ ହେବ । ଏବଂ ଭୋଟ ଗଣତି 23ରେ ହେବ । ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପ୍ରଚାର ଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଜୋରଦାର ପ୍ରଚାର କରିଥିଲେ ।

0 Comments