ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଇସ୍ରୋ ଲେହଠାରେ ଦେଶର ପ୍ରଥମ ଏନାଲଗ ସ୍ପେଶ ମିଶନ (Analog Space Mission) ଆରମ୍ଭ କରିଛି । ଯାହାକୁ ନେଇ ବିଶ୍ବରେ ବେଶ ଚର୍ଚ୍ଚା ହେଉଛି । କୁହାଯାଉଛି ମହାକାଶକୁ ଯିବା ପୂର୍ବରୁ ମହାକାଶ ପରି କଠିନ ପରିସ୍ଥିତିରେ ମହାକାଶଚାରୀମାନଙ୍କୁ ତାଲିମ ଦେବା ପାଇଁ ପୃଥିବୀରେଏହି ମିଶନକୁ ପରିକଳ୍ପନା କରାଯାଇଛି । ଏଥିରେ ପୂରା ପରିବେଶ ମହାକାଶ ପରି ହେବ ।
ଏନାଲଗ ସ୍ପେଶ ମିଶନ ହେଉଛି ଏକ ଟେକନିକ୍ ଯେଉଁଥିରେ ପୃଥିବୀରେ ସ୍ପେଶ ପରି ପରିବେଶ ସୃ
୍ଟି କରାଯିବ । ଯାହା ଦ୍ବାରା ମହାକାଶଚାରୀମାନେ ମହାକାଶରେ ସାମ୍ନା କରିବାକୁ ଥିବା ଚ୍ୟାଲେଞ୍ଜଗୁଡ଼ିକ ସହିତ ଆଗରୁ ପରିଚିତ ହୋଇପାରିବେ । ଏହି ମିଶନରେ ISRO ଏକ କ୍ଷେତ୍ର ବାଛିଛି ଯାହା ଚନ୍ଦ୍ର କିମ୍ବା ମଙ୍ଗଳ ପୃଷ୍ଠ ସହିତ ସମାନ । ସେଠାରେ ମହାକାଶଚାରୀମାନେ ସୀମିତ ଉତ୍ସ ସହିତ ରହିବେ । ଚ୍ୟାଲେଞ୍ଜିଂ ଓ ବିଚ୍ଛିନ୍ନ ପରିବେଶରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିବେ ।
ଇସ୍ରୋର ଏହି ମିଶନକୁ ଅନେକ ସଂସ୍ଥା ମିଳିତ ଭାବେ ପୂରା କରୁଛନ୍ତି । ପ୍ରଥମତଃ ଇସ୍ରୋ, ପରେ ଗଗନ ଯାନ ପ୍ରକଳ୍ପ ସହ ଜଡ଼ିତ ହ୍ୟୁମାନ ସ୍ପେଶ ଫ୍ଲାଇଟ ସେଣ୍ଟର, AAKA ସ୍ପେଶ ଷ୍ଟୁଡିଓ, ଲଦାଖ ୟୁନିଭର୍ସିଟି, IIT ବମ୍ବେ ଓ ଲଦାଖ ଅଟୋନୋମସ ହିଲ ଡେଭଲପମେଣ୍ଟ କାଉନସିଲ ମଧ୍ୟ ଏହି ମିଶନରେ ଜଡ଼ିତ ।