କଟକ: ଭରତପୁର ଥାନା ଅଭାବନୀୟ ଘଟଣାରେ ହାଇକୋର୍ଟଙ୍କ ବଡ ରାୟ । ଭରତପୁର ଥାନାରେ ଅଭାବନୀୟ ଘଟଣା ପ୍ରସଙ୍ଗରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଥାନାରେ ସିସିଟି
ି ଲଗାଇବାକୁ ଏଡିଜିଙ୍କୁ ହୋଇକୋର୍ଟଙ୍କ ନିର୍ଦ୍ଦେଶ । ରୋଡ ରୋମିଓଙ୍କ ପରିଚୟ ମଧ୍ୟ ସାର୍ବଜନୀନ କରାଯିବ ନାହିଁ । ମାମଲାର ତଦାରଖ କରିବାକୁ ମନା କଲେ ହାଇକୋର୍ଟ । ଅକ୍ଟୋବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ ।
ଆଜିଠୁ କୌଣସି ବୈଦ୍ୟୁତିକ, ମୁଦ୍ରଣ ଏବଂ ସାମାଜିକ ଗଣମାଧ୍ୟମରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ ହେବ ନାହିଁ । ଏଡିଜି ( Modernisation) ଦୟାଲ ଗଙ୍ଗଓ୍ବାର ରାଜ୍ୟର ସମସ୍ୟ ଥାନାର ସିସିଟିଭି କ୍ୟାମେରା ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବେ । ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାରେ ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ । ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ରୋଡ ରୋମିଓଙ୍କ ପରିଚୟ ପ୍ରକାଶ ମନା ।
ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅସଦାଚରଣ ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ହେବ । 60 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆୟୋଗଙ୍କୁ ସରକାର ଅନୁରୋଧ କରିଛନ୍ତି । ଗତକାଲି (ରବିବାର) ରାତିରେ କେନ୍ଦୁଝର ଗସ୍ତରୁ ଫେରି ଭୁବନେଶ୍ୱରରେ ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଚ୍ଚସ୍ତରୀୟ ବୈଠକରେ ଘଟଣାର ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଥିବା ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।