କେନ୍ଦୁଝର: ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)ରେ ଲଗାତାର ଦ୍ଵିତୀୟ ଥର ପାଇଁ ସ୍ଥାନ ପାଇଛି କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ୍ ଷ୍ଟଲ।

ଆଇଟିପିଓ ତରଫରୁ ନୂଆଦିଲ୍ଲୀ ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମରେ ଆରମ୍ଭ ହୋଇଯାଇଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪। ଏହି ଅବସରରେ ହଲ ନମ୍ବର- ୪ରେ କେନ୍ଦ୍ର ଖଣି ମନ୍ତ୍ରଣାଳୟର ପାଭିଲିୟନ ରହିଛି। ଏହା ମଧ୍ୟରେ କେନ୍ଦୁଝର ଡିଏମଏଫ୍ ର ଷ୍ଟଲ ଖୋଲିଛି। ଏଠାରେ ହରିଚନ୍ଦନପୁର ବ୍ଲକ ଜଂଘିରା ଅଞ୍ଚଳର ସୂର୍ଯ୍ୟୋଦୟ ଏସଏଚଜିର ଦୁଇ ଜଣ ସଦସ୍ୟାଙ୍କ ଦ୍ୱାରା ମାଣ୍ଡିଆ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଆରିସା

ିଠା, ନିମକୀ, ଭୁଜିଆ, ମାଣ୍ଡିଆ ମଞ୍ଜି ଏବଂ ଅଟା ଇତ୍ୟାଦି ବିକ୍ରି ହେଉଛି। ଯାହାକୁ କି ଷ୍ଟଲ ବୁଲିବାକୁ ଆସୁଥିବା ଲୋକେ ବେଶ ପସନ୍ଦ କରିଛନ୍ତି।

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗଙ୍ଗାପୁରମ କିଶନ ରେଡ୍ଡୀ ଗୁରୁବାର ଖଣି ମନ୍ତ୍ରଣାଳୟ ପାଭିଲିଅନକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଡିଏମଏଫ୍ ଷ୍ଟଲ ପରିଦର୍ଶନରେ ଆସି କେନ୍ଦୁଝରରୁ ଯାଇଥିବା ଏସଏଚଜି ସଦସ୍ୟାଙ୍କ ସହ ଭାବ ବିନିମୟ କରିଥିଲେ। ମିଲେଟ ଚାଷୀ ସଂଯୁକ୍ତା ସାହୁଙ୍କ ଠାରୁ ସେ ଡିଏମଏଫ୍ ତରଫରୁ ମିଳୁଥିବା ସମସ୍ତ ସହଯୋଗ ବାବଦରେ ପଚାରି ବୁଝିଥିଲେ। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାରେ ଶ୍ରୀ ଅନ୍ନ ଅଭିଯାନ (ପୂର୍ବରୁ ଓଡ଼ିଶା ମିଲେଟ ମିଶନ) ଡିଏମଏଫ୍ ଅନୁଦାନରେ କାର୍ଯ୍ୟକାରୀ ହେଉଛି।

0 Comments