କେନ୍ଦୁଝର -କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଦରବାର ହଲଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମାରୋହରେ ଜିଲ୍ଲା ପରିଷଦ କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜ ଅଭିଭାଷଣରେ ଗଣମାଧ୍ୟମ ସମାଜର ଦର୍ପଣ ତେଣୁ ସତ୍ୟନିଷ୍ଠା ଓ ନିରପେକ୍ଷ ଭାବେ ନିଜ ଦାୟିତ୍ୱକୁ ସଠିକ୍‌ ଭାବେ ତୁଲାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହେବା ପାଇଁ ନିବେଦନ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ନୂତନ ଡିଜିଟାଲ୍/ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଯୁଗରେ ବିଭିନ୍ନ ଡିଜିଟାଲ ଉପକରଣର ବ୍ୟବହାର କରି ସୂଚନାକୁ ଯଥାଶୀଘ୍ର ଲୋକଙ୍କୁ ପରିବେଷଣ କରିବାକୁ ଗୁରୁତ୍ୱ ଦେବା ସହ ସଠିକ ଓ ସତ୍ୟ ଖବର ପରିବେଷଣକୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ହରପ୍ରିୟା ନାୟକ,ଡେ଼ପୁଟି କଲେକ୍ଟର ସୁଶ୍ରୀ ରୁପାଲି ହାଂସଦା, କେନ୍ଦୁଝର ପ୍ରେସ କ୍ଳବ ଉପସଭାପତି ଶ୍ରୀ ଜୟକୃଷ୍ଣ ପଣ୍ଡା, ସମ୍ପା

କ ଶ୍ରୀ ଶରତ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବାଦିକତା ମାଧ୍ୟମରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ପ୍ରଦାୟକୁ ସଂଯୋଗ କରିବା ସହ ସମାଜକୁ ଅବଗତ କରାଇବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ । ସାମ୍ବାଦିକ ସର୍ବଶ୍ରୀ ଶରତ କୁମାର ଜେନା, ସତ୍ୟଜିତ ମିଶ୍ର ଓ ସୁଦାମ ପତି ଏହି ଅବସରରେ ନିଜର ସୁଚିନ୍ତିତ ମତାମତ ପୋଷଣ କରି ଏହି ଦିବସ ପାଳନକୁ ଆହୁରି ଜୀବନ୍ତ କରିଥିଲେ ।

 ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସାର୍ଥକ ରାୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରି ପରିବର୍ତ୍ତନଶୀଳ ଗଣାମଧ୍ୟମର ସ୍ୱରୂପ ବିଷୟରେ ଆଲୋଚନା କରିଥିଲେ । ମୁଦ୍ରିତରୁ ବୈଦ୍ୟୁତିକ ଓ ଏବେ ଡ଼ିଜିଟାଲ ଗଣମାଧ୍ୟମର ଯୁଗ ଚାଲିଛି । ଲୋକଙ୍କ ନିକଟରେ ପହଂଚିବାର ମାଧ୍ୟମ ଭିନ୍ନ ହେଇଥାଇ ପାରେ କିନ୍ତୁ ଖବର ପ୍ରସାରଣ ନିମନ୍ତେ ସାମ୍ବାଦିକତାର ସେହି ମୌଳିକ ନୀତି ଓ ଆଦର୍ଶ ସର୍ବ କ୍ଷେତ୍ରରେ ଆପଣାଇବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମତ ଦେଇଥିଲେ । ଜିଲ୍ଲା ପ୍ରଶାସନକୁ ପୂର୍ବ ପରି ଆଗାମୀ ଦିନରେ ସହଯୋଗ ଜାରି ରଖି ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରିବା ପାଇଁ ସହଭାଗୀ ହେବା ପାଇଁ ନିବେଦନ କରିଥିଲେ ।

0 Comments