ସରିଲା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ । ଶେଷ ଦିନରେ ଭାବବିହ୍ବଳ ହେଲେ ଚନ୍ଦ୍ରଚୂଡ । ସବୁଠୁ ବଡ଼ କଥା ହେଉଛି, ଶେଷ କାର୍ଯ୍ୟ ଦିବସରେ ମଧ୍ୟ ସେ 45 ଟି ମାମଲାର ଶୁଣାଣି କରିଛନ୍ତି । ଏହି ବେଞ୍ଚରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସହ ଉପସ୍ଥିତ ଥିଲେ ଜଷ୍ଟିସ ମନୋଜ ମିଶ୍ର, ଜଷ୍ଟିସ ଜେ ବି ପାରଦିୱାଲା । ଆସନ୍ତାକାଲି ରବିବାର ଥିବାବେଳେ 10 ନଭେମ୍ବରରେ ଶପଥ ନେବେ ନୂଆ ବିଚାରପତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ସ୍ଥାନ ନେବେ ଜଷ୍ଟିସ ସଞ୍ଜୀବ ଖାନ୍ନା । ସେ ମଧ୍ୟ ଆଜି ଉପସ୍ଥିତ ଥିଲେ ।
ଆହ୍ଲାବାଦର ହାଇକୋର୍ଟର ପ୍ରଧାନ ବିଚାରପତି ପଦରୁ ସିଧାସଳଖ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହୋଇଥିଲେ ଡି ୱାଇ ଚନ୍ଦ୍ରଚୂଡ। ନିଜର ଦୁଇ ବର୍ଷ କାର୍ଯ୍ୟକାଳ ଭିତରେ ସେ ଆର୍ଟିକିଲ 270, ରାମ ଜନ୍ମଭୂମି ମନ୍ଦିର, ୱାନ ରାଙ୍କ ୱାନ ପେନସନ, ମଦ୍ରାସା ମାମଲା, ସାବରମାଳା ମନ୍ଦିର ବିବାଦ ଭଳି ଗୁରୁତ୍ବପୂର୍ଣ୍ଣ
ମାମଲାର ଶୁଣାଣି କରିଛନ୍ତି ।
ଟ୍ରୋଲିଂ ନେଇ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ଆପଣମାନେ ଜାଣନ୍ତି ମୋତେ କେଉଁ ମାତ୍ରାରେ ଟ୍ରୋଲିଂ କରାଯାଇଛି । ହୁଏତ ମୁଁ ସବୁଠୁ ଅଧିକ ଟ୍ରୋଲ ହୋଇଥିବା ଜଜଙ୍କ ମଧ୍ୟରୁ ଜଣେ । ଏହା ଉପରେ ଏକ ସାୟରୀ କହିବାକୁ ଚାହିଁବି । ମୁକଲିଫ ସେ ମେରୀ ଶକସିୟର ସଂୱରତି ହୈ...ମୈ ଦୁଶମନୋ କା ବଡା ଏହତିରାମ କରତା ହୁଁ ( ଅର୍ଥାତ୍ ବିରୋଧୀ ମୋ ବ୍ୟକ୍ତିତ୍ବକୁ ଅଧିକ ମଜବୁତ କରିବାରେ ସହାୟକ ହୋଇଛନ୍ତି) । "
ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଏବେ ଭାବୁଛି ମୋତେ ଟ୍ରୋଲ କରୁଥିବା ଲୋକଙ୍କର ସୋମବାରଠାରୁ କ'ଣ ହେବ । ସେମାନେ ବେରୋଜଗାର ହୋଇଯିବେ ।" ଏହିପରିଭାବେ ଭାବବିହ୍ୱଳ ହୋଇ ବିଦାୟୀ ଭାଷଣରେ ଅନେକ କଥା କହିଛନ୍ତି ଚନ୍ଦ୍ରଚୂଡ ।