ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ନେଇ କାର୍ଯ୍ୟସୂଚୀ । ୨୦୨୫ ଫେବୃଆରୀ ୧୮ରୁ ଯୁକ୍ତ ଦୁଇ (+2) ପରୀକ୍ଷା ଆରମ୍ଭ । ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ୨୨ ଦିନ ଧରି ଚାଲିବ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା । ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟିଆ ଥିଓରୀ ପରୀକ୍ଷା ହେବ । ସେହିପରି ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ୧୮ ତାରିଖରେ ବିଜ୍ଞାନ ବିଭାଗର ଓଡ଼ିଆ ପରୀକ୍ଷା କରାଯିବ । ତେବେ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଓଡ଼ିଆ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କପି ରୋକିବାକୁ ସିସିଟିଭି କ୍ୟାମେରା ସହିତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆସନ୍ତା ଫେବୃଆରୀ ୧୮ରୁ ଆରମ୍ଭ ହେବ +2 ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ୨୨ ଦିନ ଧରି ଚାଲିବ ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ପାଇଁ NON PRACTICAL ବିଷୟ ପାଇଁ ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟ ରଖାଯାଇଛି । ବିଭିନ୍ନ ଯୁକ୍ତ ଦୁଇ ସ୍କୁଲ ଅନଲାଇନରେ ପିଲାଙ୍କ ମାର୍କ CHSEକୁ ପଠାଇବେ । NON PRACTICAL ପରୀକ୍ଷା ୮୦ ମାର୍କର କରାଯିବ । CBSE ପାଟର୍ନ ପରି MCQ ବା OBJECTIVE QUESTIONSକୁ ଗୁରୁତ୍ୱ ଦିଆଯାଇଛି । ୩୦ ପ୍ରତିଶତ ପ୍ରଶ୍ନ OBJECTIVE ରହୁଛି । ୧୨୮୦ଟି ସେଣ୍ଟରରେ ହେବ ପରୀକ୍ଷା ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ
ng-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ପ୍ରଶାନ୍ତ କୁମାର ପରିଡ଼ା
କହିଛନ୍ତି, "ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ହେବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା । ୧୮ ତାରିଖରେ ବିଜ୍ଞାନ ବିଭାଗର ଓଡ଼ିଆ ପରୀକ୍ଷା କରାଯିବ । ତେବେ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଓଡ଼ିଆ ପରୀକ୍ଷା ଅନୁଷ୍ଠିତ ହେବ । ଏହାସହ ସକାଳ ୧୦ଟାରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ପରୀକ୍ଷା ହେବ ।"
"ଫେବୃଆରୀ ୧୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ସମସ୍ତ ସେଣ୍ଟର୍ ପ୍ରସ୍ତୁତ ହୋଇଛି । ରାଜ୍ୟରେ ୧୧୬୦ କଲେଜରେ ସେଣ୍ଟର କରାଯାଇଥିବା ବେଳେ ଆଉ ୧୨୦ଟି ଅପ୍ ଗ୍ରେଡ ସ୍କୁଲରେ ମଧ୍ୟ ସେଣ୍ଟର କରାଯାଇଛି । ସବୁଠି ସିସିଟିଭି କ୍ୟାମେରା ଲଗାଯିବାକୁ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ୫୦୦ଟି କେନ୍ଦ୍ରକୁ live steaming କରାଯାଇଛି । କପି ରୋକିବାକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରରେ ହେବ ସେଣ୍ଟ୍ରାଲ ସ୍କ୍ବାର୍ଡ । ଯାହା ସୁରକ୍ଷିତ ଭାବରେ ପରୀକ୍ଷା ପାଇଁ ଆହୁରି ସରଳୀକରଣ ହୋଇପାରିବ । ଗୋଟିଏ ସ୍କ୍ବାର୍ଡ ଖୁବ୍ କମ୍ ସମୟ ମଧ୍ୟରେ ଗୋଟିଏ କଳେଜରୁ ଅନ୍ୟ ଏକ କଲେଜକୁ ଯାଇପାରିବ ।"