କେନ୍ଦୁଝର(ନି.ପ୍ର) ଶିଶୁ ଦିବସ ଅବସରରେ କେନ୍ଦୁଝର ଉଖୁଣ୍ଡା ସ୍ଥିତ ବିଦ୍ୟା ଭବନ ଆବାସିକ ବିଦ୍ୟାଳୟରେ ୧୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଉଛି। ପ୍ରତିବର୍ଷ ପତି ଏ ବର୍ଷ ମଧ୍ୟ ୧୪ ନଭେମ୍ବର ଶିଶୁ ଦିବସ ଦିନ ଚାଚା ନେହେରୁଙ୍କ ଜନ୍ମ ଦିନ ପାଳନ କରିବା ସହିତ ବହୁ ଆଡ଼ମ୍ବରରେ ପିଲାମାନେ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ପାଳନ କରି ଥାଆନ୍ତି। ଦିନ ୩ ଟା ସମୟରେ ମୁଖ୍ୟ ଅତିଥି ତଥା ଓସ୍କାର ଅଧ୍ୟକ୍ଷା ଶ୍ରୀମତୀ ଧରିତ୍ରୀ ରାଉତ ମା' ତାରିଣୀ ଓ ନେହେରୁଙ୍କ ଫଟୋ ଚିତ୍ର ନିକଟରେ ଦ୍ଵିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ୍ମଲୋଚନ ବାରିକ ଅତିଥି ପରିଚୟ ଦେଇ ଥିଲେ। ଅନ୍ୟ ଅତିଥି ମଧ୍ୟରେ ବଦନେଉଳି ପଞ୍ଚାୟତର ସରପଞ୍ଚ ନିରୋଦ କୁମାର ସଏ, ବିଦ୍ୟାଳୟ ପ୍ରତିଷ୍ଠାତା ମଳୟ ମହାପ

ାତ୍ର, ବିଦ୍ୟାଳୟ  କମିଟିର ସଦସ୍ୟା ରେଖରଣୀ ମିଶ୍ର, ସମ୍ପାଦକ ଆଲୋକ ମିଶ୍ର, ସ୍ପ୍ରିଟଯା ଡ୍ୟାନସ୍ ଏକାଡେମୀର ଅଧ୍ୟକ୍ଷା ଲିମା ମହାନ୍ତି, ବିଶିଷ୍ଟ କୋରିଓଗ୍ରଫର ଆର୍ଯ୍ୟାନ୍ କୁମାର, ପୂର୍ବତନ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ, ସମାଜ ସେବୀ ସୁନିତା ମହାନ୍ତି, ସପ୍ତପରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳଭଦ୍ର ମହାନ୍ତ ଉପସ୍ଥିତି ଥିବା ସହିତ ଅନେକ ପିଲାମାନଙ୍କରଛାତ୍ର ଅଭିଭାବକ ମାନେ ଉପସ୍ଥିତ ରହି ଶେଷ ପର୍ଯ୍ୟନ୍ତ ପିଲାମାନଙ୍କର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଛାତ୍ରୀ ମାନେ ନିଜେ ମଞ୍ଚ ପରିଚାଳନା କରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହେଇ ଥିବା ପିଲା ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ।

0 Comments